ମନ୍ତ୍ରୀଙ୍କ ପାଇଲଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ,
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ନିକଟସ୍ଥ ହୁଲିଆପଦା ନିକଟରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ନେଇ ଯାଉଥିବା ପାଇଲଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏହି ଗାଡିର ଡ୍ରାଇଭର ପି.ଏସ. ରାଓଙ୍କ ସମେତ ଏହି ଗାଡିରେ ଥିବା ଏସଆଇ ଏଲ.ବିଶ୍ବନାଥ, କନେଷ୍ଟବଳ ଜିତୁ ପଟ୍ଟନାୟକ, କମଳା ଦେବୀ ଏବଂ ମଞ୍ଜୁଳା ଭୂୟାଁ ପ୍ରମୁଖ ଗୁରୁତର ଆହତ ହୋଇଛନ୍ତି। ଅଡବା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବିରିକୋଟ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଭୂବନେଶ୍ଵରରୁ ରାୟଗଡ଼ ଅଭିମୁଖେ ଯାଉଥିବା ବେଳେ ତପ୍ତପାଣି ଠାରୁ ଗଜପତି ପୁଲିସ୍ ନେଇ ରାୟଗଡ଼ ଜିଲ୍ଲା ସୀମା ଯାଏଁ ଛାଡ଼ିବାକୁ ଯାଉଥିଲା। ହୁଲିଆପଦା ନିକଟରେ ଜଣେ ବ୍ୟକ୍ତି ଫୋନରେ କଥା ହୋଇ ବାଇକ ଯୋଗେ ଯାଉଥିବା ବେଳେ ପାଇଲଟ ଗାଡ଼ି ସମ୍ମୁଖକୁ ଚାଲି ଆସିଥିଲେ । ଫଳରେ ସଂପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ଯାଇ ଡ଼୍ରାଇଭର ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଗାଡିଟି ଓଲଟି ପଡିଥିଲା ।
Powered by Froala Editor