ବନ୍ଧୁ ଘରୁ ଫେରୁଥିଲେ, ଖୁଡୀ ଓ ପୁତୁରାଙ୍କ ଉପରେ ମାଡିଗଲା ଟ୍ରେନ୍
ରେଳଧାରଣା ପାରହେଉଥିବା ସମୟରେ ଟ୍ରେନ୍ ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଆଠମଲ୍ଲିକ-ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଜାମ୍ବୁନାଳୀ ଗାଁ ନିକଟରେ ଏହିଭଳି ଅଭାବନୀୟ ଘଟଣା। ମୃତକଦ୍ୱୟ ହେଲେ ବର୍ଷା ନାୟକ ଓ ସୁବାଷ ନାୟକ। ସୁବାଷଙ୍କ ଘର ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକସାହି ହୋଇଥିବାବେଳେ ବର୍ଷାଙ୍କ ଘର କଣ୍ଟାପଡା ହୋଇଥିବା ଜଣାପଡିଛି। ମୃତକ ଦ୍ୱୟ ସମ୍ପର୍କରେ ଖୁଡ଼ୀ ପୁତୁରା ହୋଇଥିବା ଜଣାପଡିଛି। ତେବେ କେଉଁ ପରିସ୍ଥିତିରେ, କେତେବେଳେ ଓ କେଉଁ ଟ୍ରେନ ଧକ୍କାରେ ଉଭୟଙ୍କ ମୃତ୍ୟୁ ଘଟିଛି ସେ ନେଇ ଅନୁସନ୍ଧାନ ଜାରି ରଖିଛି। ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ଉଭୟ ବନ୍ଧୁଘରୁ ଫେରୁଥିବାବେଳେ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ବିଷୟରେ ଖବର ପାଇ ରେଲୱେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor