ବିଷ ପିଇଦେଇଥିଲେ ଛାତ୍ରୀ, ୧୦ମ ପରୀକ୍ଷାରେ ହେଲେ ଟପ୍ପର

ବେଙ୍ଗାଲୁର : ସ୍କୁଲ ଫିସ ଦେଇପାରିଲେନି ବୋଲି ପରୀକ୍ଷା ଦେବାକୁ ଅନୁମତି ମିଳିନଥିଲା । ଦୁଃଖରେ ଭାଙ୍ଗି ପଡ଼ିଥିବା ଛାତ୍ରୀ ଜଣଙ୍କ ଶେଷକୁ ବିଷ ପିଇ ଆତ୍ମହତ୍ୟା କରିବାକୁ ବି ପଛାଇ ନଥିଲେ । କିନ୍ତୁ ଭଲ ଖବରଟି ହେଉଛି ନୂଆ ଜୀବନ ପାଇଥିବା ଛାତ୍ରୀ ଜଣଙ୍କ ରାଜ୍ୟରେ ୧୦ମ ପରୀକ୍ଷାରେ ଟପ୍ପର ହୋଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।
କରୋନା ଯୋଗୁଁ ବହୁ ପରିବାର ଆର୍ଥିକ କ୍ଷତି ସହିଛନ୍ତି । ଅନେକ ନିଜ ପିଲାଙ୍କ ପାଠପଢ଼ା ପାଇଁ ଟଙ୍କା ବି ଦେଇପାରୁନାହାନ୍ତି । ଏମିତି ମଧ୍ୟ କର୍ଣ୍ଣାଟକ ତୁମକୁର ଜିଲ୍ଲାର ଗ୍ରୀଷ୍ମା ନାୟକଙ୍କ ବାପା ବି ଝିଅର ସ୍କୁଲ ଫିସ ଭରି ପାରିନଥିଲା । ତେଣୁ ତାଙ୍କୁ ପରୀକ୍ଷା ହଲରେ ବସିବାକୁ ସୁଯୋଗ ମିଳିନଥିଲା । ଫଳରେ ଗ୍ରୀଷ୍ମା ଦୁଃଖରେ ଭାଙ୍ଗିପଡ଼ି ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ ନୂଆ ଜୀବନ ପାଇବା ପରେ ସେ ସପ୍ଲିମେଂଟାରୀ ପରୀକ୍ଷା ଦେଇଥିଲେ । କିନ୍ତୁ ପରୀକ୍ଷା ଫଳ ଆସିବା ପରେ ସମସ୍ତେ ଚକିତ ହୋଇ ଯାଇଥିଲେ । ନବମରେ ୯୬% ମାର୍କ ରଖିଥିବା ଗ୍ରୀଷ୍ମା ଦଶମରେ ବି ପାଖାପାଖି ୯୬% ମାର୍କ ରଖି ଟପ୍ପର ହୋଇଛନ୍ତି । ୬୨୫ରୁ ସେ ୫୯୯ ନମ୍ବର ରଖି ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ।
Powered by Froala Editor