ଆଜିଠାରୁ କଟକ ଓ ଭୁବନେଶ୍ବରରେ ନାଇଟ କର୍ଫ୍ୟୁ
କଟକ: ଟ୍ବିନ୍ ସିଟିକୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ଆଜିଠାରୁ କଟକ ଓ ଭୁବନେଶ୍ବରରେ ନାଇଟ କର୍ଫ୍ୟୁ ଆରମ୍ଭ । ଆଜିଠାରୁ ଆସନ୍ତା ୨୦ ତାରିଖ ପର୍ୟ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ ।
ଦଶହରା ଭିଡରେ କୋରୋନା ସଂକ୍ରମଣ ବଢିବା ଆଶଙ୍କା କରାଯାଇ ଏହି କଟକଣା ଲଗାଯାଇଛି । ଏନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ତେବେ ଲୋକମାନେ ନିୟମ ପାଳନ କରି ସହଯୋଗ କରିବାକୁ ଗତକାଲି ପୋଲିସ କମିଶନର ଅପିଲ କରିଥିଲେ । ଯେଉଁ ମାନେ ନିୟମର ଉଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ତଫରୁ ସୂଚନା ମିଳିଛି । ଟ୍ବିନ୍ ସିଟିରେ କଟକଣାକୁ କଡାକଡି ପାଳନ କରାଯିବା ସହ ଯାଞ୍ଚ ମଧ୍ୟ କରାଯିବ । ଏନେଇ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।କଟକରେ ୩୨ ପ୍ଲାଟୁନ ପୋଲି ଫୋର୍ସ ମୁତୟନ କରାଯାଇଥିବା ବେଳେ ୨୦ ଟି ଏଡ୍ ପୋଷ୍ଟ ସହ ମୁତୟନ ହେବେ ୧୦୦ରୁ ଅଧିକ ପୋଲିସ ଅଧିକାରୀ ଏବଂ ୧୫୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି। ମଦ କାରବାରକୁ ରୋକ ଲଗାଇବାକୁ ଏକ ସ୍ବତନ୍ତ୍ର ଟିମ ମଧ୍ୟ ପ୍ରସ୍ତୁତ ହୋଇରହିଛନ୍ତି ।
Powered by Froala Editor