ଇଣ୍ଟରନେଟ୍ ସ୍ପିଡ୍ କମିଗଲେ ବି ବିନା ବଫର୍ରେ ଦେଖିପାରିବେ ଭିଡିଓ, ଜାଣନ୍ତୁ ଏହାର ଟ୍ରିକ୍
![ଇଣ୍ଟରନେଟ୍ ସ୍ପିଡ୍ କମିଗଲେ ବି ବିନା ବଫର୍ରେ ଦେଖିପାରିବେ ଭିଡିଓ, ଜାଣନ୍ତୁ ଏହାର ଟ୍ରିକ୍](https://odishanewslens.com/news_gallery/6791_1633582371.jpg)
ୟୁ-ଟ୍ୟୁବରେ ଭିଡିଓ ଦେଖିବା ବେଳେ ପ୍ରାୟତଃ ଆପଣଙ୍କର ଇଣ୍ଟରନେଟ୍ ଡାଟା ଶେଷ ହୋଇଯାଉଥିବ ଏବଂ ଭିଡିଓଟି ରହି ରହି ଚାଲୁଥିବ। ତେବେ ଆପଣ ଏକ ସାଧାରଣ ଉପାୟରେ ଏହି ସମସ୍ୟାର ସମାଧାନ କରିପାରିବେ ଏବଂ ୟୁ-ଟ୍ୟୁବରେ ବିନା ବଫରରେ ଭିଡିଓ ଦେଖିପାରିବେ। ଜାଣନ୍ତୁ ଏହାର ଉପାୟ-
-ପ୍ରଥମେ ଭିଡିଓ ପ୍ଲେୟାର ସେଟିଂ ଉପରେ କ୍ଲିକ୍ କରନ୍ତୁ। ଏହା ପରେ ଆପଣଙ୍କୁ ବିକଳ୍ପ ଦେଖାଯିବ। ଏଥିରୁ ଆପଣ ଭିଡିଓର କମ୍ କ୍ଵାଲିଟିକୁ ବାଛନ୍ତୁ। ଯେପରିକି ୨୪୦P ଏବଂ ୩୬୦P ବାଛିବେ।
-ଆପଣ ବ୍ରାଉଜିଂ ବନ୍ଦ ନକରିବା ଯାଏଁ ଏହି ସେଟିଂରେ ଭିଡିଓ ଚାଲିବ। ଏହାପରେ ଭିଡିଓ ଚଲାଇବା ଆରମ୍ଭ କରନ୍ତୁ।
-ଯଦି ଆପଣ କମ୍ପ୍ୟୁଟରର ବ୍ୟବହାର କରୁଛନ୍ତି ତେବେ ଆପଣ କ୍ରୋମ୍ କିମ୍ଵା ଫାୟାରପକ୍ସ ବ୍ରାଉଜର ବ୍ୟବହାର କରନ୍ତୁ।
ତେବେ ଆପଣଙ୍କୁ ଭଲ ଭିଡିଓ ଦେଖାଇବା ପାଇଁ ୟୁଟ୍ୟୁବ ଆପଣଙ୍କ ଭିଡିଓ ଷ୍ଟ୍ରିମ୍ କ୍ଵାଲିଟିରେ ପରିବର୍ତ୍ତନ କରିଥାଏ। ତେବେ ଆପଣଙ୍କର ଇଣ୍ଟରନେଟକୁ ଦେଖି ୟୁଟ୍ୟୁବ୍ ଭିଡିଓ କ୍ଵାଲିଟିରେ ପରିବର୍ତ୍ତନ କରେ।
Powered by Froala Editor