ଦିଲ୍ଲୀରେ ବନ୍ଦ ରହିବ ଘରୋଇ ମଦ ଦୋକାନ : କେତେଦିନ ଓ କାହିଁକି ଜାଣନ୍ତୁ...
ଦିଲ୍ଲୀରେ କେଜ୍ରିୱାଲ ଆସନ୍ତାକାଲି (ଅକ୍ଟୋବର ୧)ରୁ ନୂତନ ଅବକାରୀ ନୀତି ଲାଗୁ କରିବାକୁ ଲାଗୁ କରିବାକୁ ଯାଉଥିବା ବେଳେ ଆସନ୍ତାକାଲି ଠାରୁ ୪୫ ଦିନ ପାଇଁ ଦିଲ୍ଲୀର ଘରୋଇ ମଦ ଦୋକାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନିର୍ଦ୍ଦେଶ ମୁତାବକ ଅକ୍ଟୋବର ପହିଲାରୁ ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଘରୋଇ ମଦ ଦୋକାନଗୁଡିକ ବନ୍ଦ ରହିବ। ନୂଆ ଅବକାରୀ ଆଇନ ଲାଗୁ କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏଭଳି ନିର୍ଦ୍ଦେଶ ପରେ ଘରୋଇ ମଦଦୋକାନ ମାଲିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ଘରୋଇ ମଦଦୋକାନୀମାନେ ଏବେ ନୂଆ ଷ୍ଟକ ଅର୍ଡର ଦେବା ବନ୍ଦ କରିଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଦିଲ୍ଲୀର ଘରୋଇ ମଦ ଦୋକାନ ଦୋକାନଗୁଡିକ ନଭେମ୍ବର ୧୭ ତାରିଖରେ ଖୋଲିବ ବୋଲି ସ୍ପଷ୍ଟ କୁହାଯାଇଛି।
Powered by Froala Editor