ଆଜି ପିପିଲି ଉପନିର୍ବାଚନ ମତଦାନ, କାମ କରୁନି ଇଭିଏମ ମେସିନ
ପିପିଲି: ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି ଓ ଡେଲାଙ୍ଗ ବ୍ଲକର ୩୪୮ ବୁମରେ ଏହି ମତଦାନ ଅନୁଷ୍ଠିତ ହେଉଛି । ଏଥିରୁ ୨୦୧ ଗୋଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସକାଳ ୬.୩୦ ରୁ ସକାଳ ୧୦ ଟା ଯାଏଁ ପ୍ରଥମ ପର୍ଯ୍ୟାୟ, ୧୦ ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦ୍ୱତୀୟ ପର୍ଯ୍ୟାୟ ଓ ଅପରାହ୍ନ ୧ଟାରୁ ଅପରାହ୍ନ ୪ ଟା ଯାଏଁ ତୃତୀୟ ପର୍ଯ୍ୟନ୍ତ ସମୟ ସ୍ଥିର କରାଯାଇଛି । ଉପ ନିର୍ବାଚନ ସମୁଦାୟ ୧୪୯୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ସୁରକ୍ଷା ପାଇଁ ତିନି କମ୍ପାନୀ ବିଏସଏଫଙ୍କ ପ୍ରାୟ ୨ ହଜାର ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି ।
ସୂଚନାଯୋଗ୍ୟ ଯେ ଦୁଇ ବାତିଲ୍ ହେବା ପରେ ଆଜି ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ସନ୍ଧ୍ୟା ୬ ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲୁ ରହିବ । ସମୁଦାୟ ୨.୩୦ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ବୁଥ୍ ଗୁଡିକରେ ସମସ୍ତ ପ୍ରକାର କୋଭିଡ କଟମକଣା ମାନି ମତଦାନ ପ୍ରକ୍ରିୟା ଚାଲିଛି । ତିନିଟି ବୁଥ, ୧୩୯-ଏ, ୧୭୭, ୧୭୮ନମ୍ବର ବୁଥରେ ଇଭିଏମ୍ ମେସିନ ଖରାପ ଥିବାରୁ ମତଦାନ ପ୍ରଭାବିତ ହୋଇଛି ।
Powered by Froala Editor