ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
ନୂଆପଡା: ନୂଆପଡ଼ା ଗୋଧସ୍ ଜଳପ୍ରପାତରେ ଡେଇଁ ଦୁଇଜଣ ନିଖୋଜ ଘଟଣା। ୪୬ ଘଣ୍ଟା ପରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର କଲା ନୂଆପଡା ଅଗ୍ନିଶମ ବିଭାଗ । ମୃତକ ଦ୍ୱୟ ଛତିଶଗଡ଼ର ଥୁହାପାନି ଗାଁର ବୋଲି ଜଣାପଡ଼ିଛି। ସେମାନେ ହେଉଛନ୍ତି ଧନିରାମ ଆଁଟି ଓ ଦେମତି ସୋରୀ।
ଗତ ୨୬ ତାରିଖ ଦିନ ସେମାନେ ଏକ ବାଇକ୍ରେ ଆସିଥିଲେ। ସେମାନେ ବାଇକ୍ରୁ ଓହ୍ଲାଇବା ପରେ ଜଳ ପ୍ରପାତକୁ ଡେଇଁ ପଡ଼ିଥିଲେ। ତେବେ ସେମାନେ ଜଳ ପ୍ରପାତକୁ ଡେଇଁବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଦେଖିଥିଲେ। ସେମାନେ ଏନେଇ ଧରମବନ୍ଧା ଥାନାରେ ଜଣାଇଥିଲେ। ଘଟଣାସ୍ଥଳରେ ବାଇକ୍, ପୋଷାକ ଓ ଏକ ସୁଇସାଇଡ୍ ନୋଟ୍ ଥିଲା। ଅଗ୍ନିଶମ ବାହିନୀ ଓ ପୁଲିସ୍ ପହଞ୍ଚି ସେମାନଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ ପାଇ ନଥିଲେ। ଗତକାଲି ରାତିରେ ସେଠାରେ ୨ଟି ଶବ ଭାସୁଥିବା ନେଇ ଲୋକେ ସୂଚନା ଦେଇଥିଲେ। ଏହା ପରେ ସକାଳେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ୨ଟି ଯାକ ଶବକୁ ଉଦ୍ଧାର କରିଥିଲା। ଧରମବନ୍ଧା ପୁଲିସ ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Powered by Froala Editor