ଜାରି ହେଲା ନୂଆ ଏସଓପି, ଉଦ୍ଧାର କାର୍ଯ୍ୟବେଳେ ଗଣମାଧ୍ୟମଙ୍କୁ ବାରଣ, ଜାଣନ୍ତୁ କାହିଁକି?
ଭୁବନେଶ୍ୱର: ମୁଣ୍ଡଳି ବୋଟ ଦୁର୍ଘଟଣା ପରେ ଉଦ୍ଧାର ଅପରେସନ ପାଇଁ ନୂଆ ଷ୍ଟାଣ୍ଡାର୍ଡ ଅଫ ପ୍ରୋସିଡୁ୍ୟୟର (ଏସଓପି) ଆସିଛି । ଯେ କୌଣସି ବିପର୍ଯ୍ୟୟ ସମୟର ଉଦ୍ଧାର ମିଶନ, ସର୍ଚ୍ଚ ଅପରେସନରେ ସାଧାରଣ ଲୋକ ଓ ଗଣମାଧ୍ୟମଙ୍କୁ ସାମିଲ ନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିଦେ୍ର୍ଧଶ ଦେଇଛନ୍ତି । ଏବେ ବନ୍ୟା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ ଓଡ୍ରାଫ ଟିମ ନିୟୋଜିତ ହୋଇଥିବା ବେଳେ ସେମାନେ ଏହି ଏସଓପିକୁ କଡାକଡ଼ି ଭାବେ ପାଳନ କରିବାକୁ ଅତିରିକ୍ତ ରିଲିଫ କମିଶନର ଡା. କମଳଲୋଚନ ମିଶ୍ର ନିଦେ୍ର୍ଧଶ ଜାରି କରିଛନ୍ତି । ଏସଓପି ସମ୍ବନ୍ଧରେ ଅତିରିକ୍ତ ପୁଲିସ ଡିଜି (ଆଇନ ଶୃଙ୍ଖଳା) ଙ୍କୁ ଦେଇଥିବା ଚିଠିରେ ସେ ଦର୍ଶାଇଛନ୍ତି ବନ୍ୟା ସମୟରେ ରିଲିଫ ବାଣ୍ଟିବା ବେଳେ ବୋଟର କ୍ଷମତାକୁ ଦେଖି ଅନୁମତିପ୍ରାପ୍ତ ସରକାରୀ ଅଧିକାରୀଙ୍କୁ ଓଡ୍ରାଫ ଟିମ ସାଙ୍ଗରେ ନେବେ । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତି ପରେ ହିଁ ସୀମିତ ସଂଖ୍ୟକ କର୍ମଚାରୀ ଟିମ ସହ ଯାଇପାରେ । କୌଣସି ଉଦ୍ଧାର ଅଭିଯାନ ହେଉନା କାହିଁକି, ଉଦ୍ଧାର କର୍ମଚାରୀଙ୍କ ଜୀବନ ସୁରକ୍ଷିତ ରଖିବା ଅତି ଗୁରୁତ୍ୱପୂର୍ଣ୍ଣ । ଏହାକୁ ପ୍ରାଥମିକତା ଦେଇ କାମ କରିବାକୁ କୁହାଯାଇଛି ।
Powered by Froala Editor