ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା: ଶିଷ୍ୟ ଆନନ୍ଦ ଗିରି ଗିରଫ
ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ଏବଂ ନିରଞ୍ଜନୀ ଆଖଡାର ସମ୍ପାଦକ ୭୦ବର୍ଷ ବୟସ୍କ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ନେଇ ଘନଉଛି ରହସ୍ୟ। ଏହି ଘଟଣାରେ ଶିଷ୍ୟ ଆନନ୍ଦଗିରିଙ୍କୁ ପୋଲିସ ଗିରଫ କରିଛି । ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନରେନ୍ଦ୍ର ଗିରିଙ୍କୁ ଶେଷ ଦର୍ଶନ କରିବା ସହ ତଦନ୍ତ ପାଇଁ ଏସଆଇଟି ଗଠନ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ମହନ୍ତ ନରେନ୍ଦ୍ର ଗିରିଙ୍କୁ ଶେଷଥର ପାଇଁ ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ଦେଖିବାକୁ ମିଳିଥିଲା। ତାଙ୍କ ଅନୁଗାମୀମାନେ ସନ୍ଧ୍ୟା ବେଳେ ତାଙ୍କ ରୁମର କବାଟ ବାଡ଼େଇ ଥିଲେ ମଧ୍ୟ ସେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନଥିଲେ। ଶେଷରେ ସେମାନେ କବଟା ଭାଙ୍ଗିଥିଲେ। ଏହି ସମୟରେ ରୁମ ମଧ୍ୟରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତେବେ ସେ ଜୀବନ ହାରିବା ପୂର୍ବରୁ ୮ ପେଜର ଗୋଟିଏ ସୁଇସାଇଡ ନୋଟ ଲେଖିଥିଲେ। ନୋଟରେ ତାଙ୍କ ଶିଷ୍ୟ ଆନନ୍ଦ ଗିରି ଓ ଆଉ କିଛି ଲୋଙ୍କ ନାଁ ରହିଥିଲା। ପୁଲିସ୍ ଏହାକୁ ଭିତ୍ତି କରି ଆନନ୍ଦ ଗିରିଙ୍କ ବିରୋଧରେ ଏଫଆଇଆର କରିବା ସହ ତାଙ୍କୁ ହରିଦ୍ୱାରରେ କାବୁ କରି ପ୍ରୟାଗରାଜ ଆଣିଥିଲା। ତେଣୁ ତାଙ୍କୁ ପୁଲିସ୍ ଗିରଫ କରିଥିବା କୁହାଯାଉଛି।
ମହନ୍ତ ନରେନ୍ଦ୍ର ଗିରିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ଅଭିଯୁକ୍ତ ଗିରଫ ହୋଇସାରିଥିବା କହିଛନ୍ତି ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ସୂଚନା ଦେଇଛନ୍ତି। ମୌର୍ଯ୍ୟ କେବଳ ଅଭିଯୁକ୍ତ ଗିରଫ ହୋଇଥିବା କହିଛନ୍ତି। ଅଭିଯୁକ୍ତ ବିଷୟରେ ସେ ବିସ୍ତୃତ ତଥ୍ୟ ଦେଇନାହାନ୍ତି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷ ଦର୍ଶନ କରିଛନ୍ତି।। ଦୋଷୀ ଯିଏ ବି ହୋଇଥାଉ ଛଡ଼ାଯିବନି ବୋଲି ସେ କହିଛନ୍ତି। ସେପଟେ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି ।
ଏବେ ମଠର କାର୍ଯକଳାପକୁ ନେଇ ପୋଲିସ ତନାଘନା ଆରମ୍ଭ କରିଛି। ବିଶେଷ କରି ମଠ ସଂପତ୍ତି ବିକ୍ରି, ଆନନ୍ଦ ଗିରିଙ୍କ ସହିତ ନରେନ୍ଦ୍ର ଗିରିଙ୍କ ମତାନ୍ତର । ଏମିତି କିଛି ପୁରୁଣା ମମଲାକୁ ଖୋଲି ପୋଲିସ ତଦନ୍ତ ଜାରି ରଖିଛି।
Powered by Froala Editor