ଦର ବୃଦ୍ଧି ନିଷ୍ପତ୍ତି: ଏଣିକି ଅନଲାଇନ ଖାଦ୍ୟ ହୋଇପାରେ ମହଙ୍ଗା
ଏଣିକି ଅନଲାଇନ ଖାଦ୍ୟ ମହଙ୍ଗା ହେବ । ବିତରଣ କମ୍ପାନୀମାନେ ଖାଦ୍ୟର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ବାସ୍ତବରେ ଜିଏସଟି ପରିଷଦ କମିଟି ଏହାର ବିଚାର କରୁଛି । ଏଥିରେ କମିଟି ଅତି କମରେ ୫% ଜିଏସଟି ଅଧୀନରେ ଆଣିବାକୁ ସୁପାରିଶ କରିଛି ଖାଦ୍ୟ ବିତରଣ କମ୍ପାନୀ । ଏଭଳି ପରିସ୍ଥିତିରେ ସ୍ୱାଗୀ, ଜମାଟୋ ଇତ୍ୟାଦିରୁ ଖାଦ୍ୟ ଅର୍ଡର କରିବା ଲୋକଙ୍କ ପାଇଁ ମହଙ୍ଗା ପଡିପାରେ ।
ଶୁକ୍ରବାର ଜିଏସଟି ପରିଷଦ କମିଟି ବୈଠକ ବସିବ। ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ। ଜିଏମ୍ସିଟି ପରିଷଦରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ମଧ୍ୟ ସାମିଲ ହେବେ। ଲକ୍ଷ୍ନୌରେ ଏହି ବୈଠକ ବସିବ। ବୈଠକର ଏହା ମୁଖ୍ୟ ଏଜେଣ୍ଡା ହୋଇପାରେ ବୋଲି ଆଲୋଚନା କରାଯାଉଛି। ବର୍ତ୍ତମାନ ଯେଉଁ ଅନ୍ଲାଇନ୍ ଫୁଡ୍ ବ୍ୟବସ୍ଥା ଚାଲିଛି ସେଥିଯୋଗୁଁ ସରକାରଙ୍କୁ ୨ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି। ଜିଏସଟି ପରିଷଦର ଫିଟମେଣ୍ଟ ପ୍ୟାନେଲ ଖାଦ୍ୟ ଏଗ୍ରିଗେଟରମାନଙ୍କୁ ଇ-କମର୍ସ ଅପରେଟର ଭାବରେ ବ୍ୟବହାର କରିବାକୁ ପରାମର୍ଶ ଦେଇଛି।
Powered by Froala Editor