ପ୍ରକାଶ ପାଇଲା ଜେଇଇମେନ୍ ରେଜଲ୍ଟ
ବହୁ ପ୍ରତୀକ୍ଷିତ ଜେଇଇମେନ୍ ରେଜଲ୍ଟ ପ୍ରକାଶ ପାଇଛି । ୨୦୨୧ ଅଧିବେଶନରେ ୪ ଫଳାଫଳ ଘୋଷଣା କରାଯାଇଛି । ଏଥିରେ ୪୪ଜଣ ଛାତ୍ରଛାତ୍ରୀ ଶତପ୍ରତିଶତ ପାସ୍ ହୋଇଥିବା ବେଳେ ର୍ୟାଙ୍କ-୧ରେ ୧୮ଜଣ ଛାତ୍ରଛାତ୍ରୀ ପାସ୍ କରିଛିନ୍ତି ।ଚଳିତ ବର୍ଷ ୭.୩୨ ଲକ୍ଷ ଛାତ୍ରଛାତ୍ରୀ ପରୀଞ ଦେଇଥିଲେ । ଏଥର କୋଭିଡର ସମସ୍ତ କଟକଣା ମାନି ପରୀଞ ଗୃହରେ ବସି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ । ଏନଟିଏ ପକ୍ଷରୁ ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି । jeemain.nta.ac.in ରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି ।
Powered by Froala Editor