ଭୁଶୁଡ଼ିଲା ପୋଲ, ୧୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ୨୦ ନମ୍ବର ଜାତୀୟ ରାଜପଥର ଶାଳପଡା ଛକରୁ ସରେଇ ରାସ୍ତା ମଧ୍ୟରେ ଥିବା ଫାପୁଡିଆ ନାଳ ପୋଲ ଭୁଶୁଡି ପଡିଛି । ଲଗାଣ ବର୍ଷା ଯୋଗୁଁ ଏହି ଅଘଟଣ ଘଟିଛି । ପୋଲ ଭୁଶୁଡ଼ି ପଡ଼ିବାରୁ ୧୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ତୁରନ୍ତ ପୋଲ ମରାମତି କରିବାକୁ ଲୋକମାନେ ଦାବି କରିଛନ୍ତି । ତେବେ ବର୍ତ୍ତମାନ ପାଇଁ ଏକ ଅସ୍ଥାୟୀ ପୋଲ ତିଆରି କରିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି । ଫାପୁଡିଆ ପୋଲ ଉପରେ ଆଖପାଖର ୧୦ ଖଣ୍ଡ ଗାଁ ଲୋକେ ନିର୍ଭର କରନ୍ତି । ସାମାନ୍ୟ ବର୍ଷା ହେଲେ ଏହା ଉପରେ ପାଣି ଚାଲେ । ତେଣୁ ଏହା ବାରମ୍ବାର ଭୁଶୁଡ଼ି ପଡ଼ୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏକ ଦୀର୍ଘ ସ୍ଥାୟୀ ପୋଲ ନିର୍ମାଣ କଲେ ଏହି ସମସ୍ୟା ଦୂର ହେବ ବୋଲି ଲୋକମାନେ କହିଛନ୍ତି ।
Powered by Froala Editor