ମାଲବାହୀ ଟ୍ରେନ ଲାଇନଚୁ୍ୟତ
ଗତକାଲି ବିଳମ୍ବିତ ରାତିରେ ଅନୁଗୁଳରୁ ତାଳଚେର ଯାଉଥିବା ମାଲବାହୀ ଟ୍ରେନ ଲାଇନଚୁ୍ୟତ ହୋଇଛି । ଏହି ଟ୍ରେନଟି ଅନୁଗୁଳରୁ ତାଳଚେର ଯାଉଥିବା ସମୟରେ ଏହାର ୯ଟି ବଗି ଲାଇନଚୁ୍ୟତ ହୋଇଛି । ଏହି ଗହମ ବୋଝେଇ ମାଲବାହୀ ଟ୍ରେନଟି ଭୋଗବେରଣୀ ନିକଟରେ ପୋଲ ଧସିବାରୁ ଲାଇନଚୁ୍ୟତ ହୋଇଛି ବୋଲି କୁହାଯାଉଛି । ଏହା ଏକ ବଡ ଧରଣର ଦୁର୍ଗଟଣା ହୋଇଥିଲେ ମଧ୍ୟ ଲୋକପାଇଲଟ ଓ ଟ୍ରେନର ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି । ଏହି ଦୁର୍ଘଟଣା ପାଇଁ ଢେଙ୍କାନାଳ ଓ ସମ୍ବଲପୁର ରେଲ୍ ସେକ୍ସନ ଅଧୀନରେ ଥିବା ସମସ୍ତ ଟ୍ରେନ ବାଧାପ୍ରାପ୍ତ ହୋଇଛି । ଏଥିପାଇଁ ୧୨ଟି ଟ୍ରେନ ବାତିଲ ହେବା ସହିତ ୮ଟି ଟ୍ରେନର ଗତିପଥ ବଦଳାଯାଇଥିବା ପୁର୍ବତଟ ରେଳବାଇ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଉଲକେଲା-ଭୁବନେଶ୍ୱର ଇଣ୍ଟରସିଟି ସ୍ପେଶାଲ ଆଂଶିକ ଭାବେ ବାତିଲ ହୋଇଛି ଓ ଆଜି ଇଣ୍ଟରସିଟି ସ୍ପେଶାଲ ରାଉଲକେଲାରୁ ସମ୍ବଲପୁର ଯିବ । ସମ୍ବଲପୁର ଭୁବନେଶ୍ୱର, ଉଭୟପଟୁ ଇଣ୍ଟରସିଟି ବାତିଲ କରାଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଘଟଣା ସ୍ଥଳରେ ରେଳବାଇ କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
Powered by Froala Editor