ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?
ଖାଇବାକୁ ନେଇ ପିଲାମାନେ ଅନେକ ସମୟରେ ବହୁ ସମସ୍ୟା ସୃଷ୍ଟି କରନ୍ତି। ଏମିତିକି ତିଆରି ହୋଇଥିବା ଖାଦ୍ୟ ବଦଳରେ ଅନ୍ୟ ଖାଦ୍ୟ ବରାଦ କରନ୍ତି । ବେଳେବେଳେ ବରାଦ କରିବା ପରେ ବି କେତେକ ଖାଆନ୍ତି ନାହିଁ । ପିଲାମାନେ ଏଭଳି ବାରମ୍ବାର କରୁଥିଲେ କିପରି ବ୍ୟବହାର କରିବେ ଜାଣନ୍ତୁ…
ପ୍ରଥମ କଥା ହେଉଛି ପିଲାମାନେ ଭିନ୍ନ ଭିନ୍ନ ଖାଦ୍ୟ ପ୍ରତି ଆକୃଷ୍ଟ ହେବା ସେମାନଙ୍କ ମାନସିକ ବିକାଶର ଏକ ଲକ୍ଷଣ। ତେଣୁ ପିଲାଙ୍କର ଏପରି ବ୍ୟବହାରକୁ ସକାରାତ୍ମକ ଢଙ୍ଗରେ ଗ୍ରହଣ କରନ୍ତୁ।
ପିଲାଙ୍କ ମାନସିକତାକୁ ବୁଝି ଖାଇବାକୁ ଦିଅନ୍ତୁ। ଯଦି ସେମାନେ ଖାଦ୍ୟ ଖାଇବାରେ ଆଗ୍ରହ ଦେଖାଉ ନାହାନ୍ତି ତେବେ ଅନ୍ୟ କିଛି ଖାଦ୍ୟର ବିକଳ୍ପ ଦିଅନ୍ତୁ। କିନ୍ତୁ ରାଗନ୍ତୁ ନାହିଁ।
ପୂର୍ବରୁ ପସନ୍ଦ ଥିବା ଖାଦ୍ୟ ହୁଏତ ଏବେ ପିଲାଙ୍କୁ ଭଲ ଲାଗି ନ ପାରେ। ତେଣୁ କୌଣସି ଖାଦ୍ୟ ପାଇଁ ବାଧ୍ୟ କରନ୍ତୁ ନାହିଁ।
ଖାଇବା ପାଇଁ ମନା କରୁଥିଲେ ପିଲାଙ୍କୁ ବୁଝାଇ ପୁଣିଥରେ ସେହି ଖାଦ୍ୟ ଦିଅନ୍ତୁ।
ଖାଇବାକୁ ଦେବା ସମୟରେ ପିଲା ଯଦି ଚାହୁଁଛି ତେବେ ସୁବିଧା ଅନୁସାରେ ଖେଳିବାକୁ ଦିଅନ୍ତୁ।
Powered by Froala Editor