ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ
କଖାରୁ ଫୁଲ ଆମ ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନେକେ ଏଥିରୁ ପ୍ରସ୍ତୁତ ପିଠା ଖାଇବାକୁ ଭଲ ପାଆନ୍ତି। ଏଥିରେ ଅନେକ ପ୍ରକାର ଭିଟାମିନ୍ ଭରି ରହିଛି। ତନ୍ମଧ୍ୟରୁ ଭିଟାମିନ୍ ‘ସି’ ଅନ୍ୟତମ। ଏଥିରେ ଆଇରନ୍ ଏବଂ ମିନେରାଲ ତତ୍ତ୍ୱ ମଧ୍ୟ ଅଛି, ଯାହା ଆମ ଶରୀର ପାଇଁ ବେଶ୍ ଲାଭପ୍ରଦ। ବିଶେଷଭାବରେ କଖାରୁଫୁଲହେଉଛି ଭିଟାମିନ୍ ‘ଏ’ର ଅନ୍ୟତମ ଉତ୍ସ। ଯଦି ଜଣେ ବ୍ୟକ୍ତି ନିୟମିତ ଏଥିରୁ ପ୍ରସ୍ତୁତ ଖାଦ୍ୟ ଖାଆନ୍ତି ତେବେ ତାହା ଦୃଷ୍ଟି ଶକ୍ତି ବଢ଼ାଇବାରେ ଅନ୍ୟତମ ଭୂମିକା ଗ୍ରହଣ କରିଥାଏ। ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ଏହାକୁ ନିୟମିତ ଖାଇପାରିବେ। ଏହା ଶରୀରରେ ଶୁଦ୍ଧ ଅମ୍ଳଜାନ ମଧ୍ୟ ତିଆରି କରିଥାଏ। କଖାରୁ ଫୁଲରେ କ୍ୟାଲସିୟମ୍ ଓ ଫସ୍ଫରସ୍ ପ୍ରଚୁର ପରିମାଣରେ ଥାଏ। ଅସ୍ଥି ଏବଂ ଦାନ୍ତକୁ ମଜଭୂତ ହେବାରେ ସାହାଯ୍ୟ କରେ। ଏହାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପକାରୀ ଗୁଣ ରହିଛି। ତାହା କ’ଣ ଜାଣନ୍ତି। ଆପଣଙ୍କର ଆଣ୍ଠୁ, ଗଣ୍ଠି ସମସ୍ୟା ରହିଛି କି ? ଯଦି ହଁ, ତେବେ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ଏହାକୁ ସାମିଲ କରନ୍ତୁ।
Powered by Froala Editor