ସୁପ୍ରିମକୋର୍ଟରେ ଟ୍ବିଶା ଶର୍ମା ମୃତ୍ୟୁ ମାମଲା
ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। । ଆସନ୍ତା ୨୫ ତାରିଖରେ ସର୍ବୋଚ୍ଚ କୋର୍ଟରେ ହେବ ମାମଲାର ଶୁଣାଣି। ଏହି ମାମଲାର ଶୁଣାଣି CJI ସୂର୍ଯ୍ୟକାନ୍ତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କରିବେ। ଖଣ୍ଡପୀଠରେ ସଦସ୍ୟ ରହିବେ ଜୟମାଲା ବାଗଚୀ ଓ ବିପୁଲ୍ ଏମ. ପାଞ୍ଚୋଲି।
ନଏଡ଼ାର ଟ୍ବିଶା ଗତବର୍ଷ ଡିସେମ୍ବରରେ ବିବାହ କରିଥିବାବେଳେ ଗତ ୧୨ ତାରିଖରେ ତାଙ୍କର ଶାଶୁଘରେ ମୃତ୍ୟୁ ଘଟିଥିଲା। ଯୌତୁକ ନିର୍ଯାତନା ଦିଆଯିବା ସହ ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଥିବା ବାପଘର ଲୋକେ ଅଭିଯୋଗ ଆଣିଥିଲେ। ଶାଶୁଘର ଲୋକେ ତଦନ୍ତକୁ ବିଭ୍ରାନ୍ତ କରିବା ସହ ମାମଲାରେ ପ୍ରଭାବ ପକାଉଥିବା ଅଭିଯୋଗ ହୋଇଥିଲା।
ସ୍ବାମୀ ସମର୍ଥ ସିଂ ଜଣେ ଆଇନଜୀବୀ ହୋଇଥିବାବେଳେ ତାଙ୍କ ମା’ ଗିରିବାଳା ସିଂ ଜଣେ ଅବସରପ୍ରାପ୍ତ ବିଚାରପତି। ଶାଶୁଘରେ ବୋହୂଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣାରେ ଆନୁଷ୍ଠାନିକ ପକ୍ଷପାତିତା ଏବଂ ପଦ୍ଧତିଗତ ତ୍ରୁଟି ଅଭିଯୋଗ ଆଧାରରେ ସର୍ବୋଚ୍ଚ ଅଦାଲତ ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି। ସିସିଟିଭି ଫୁଟେଜ୍ ଅନୁସାରେ, ମେ ୧୨ ତାରିଖ ଦିନ ୩ଟା ୧୨ ମିନିଟରେ ସେଲୁନ ଆସି ସେଠାରୁ ୬ଟା ୧୫ ମିନିଟରେ ସେ ବାହାରି ଯାଇଥିଲେ। ଏହାର କିଛି ସମୟ ପରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା।
ସେଲୁନ ମାଲିକଙ୍କ ସୂଚନା ଅନୁସାରେ, ତ୍ବିଶାଙ୍କ ମୃତ୍ୟୁ ପରଦିନ ତାଙ୍କ ଶାଶୂ ଗିରିବାଳା ଫୋନ୍ କରି ତ୍ବିଶାଙ୍କ ସେଲୁନ୍ ଭିଜିଟ୍ ବିଷୟରେ ପଚାରିବା ସହିତ ସିସିଟିଭି ଫୁଟେଜ୍ ମାଗିଥିଲେ। ଉଭୟ ତ୍ବିଶା ଓ ତାଙ୍କ ଶାଶୂ ସଂପୃକ୍ତ ସେଲୁନକୁ ନିୟମିତ ଆସୁଥିଲେ। ଏପରିକି ପରେ ଜଣେ ମହିଳା ଆସି ଟେକ୍ନିସିଆନଙ୍କ ଜରିଆରେ ସିସିଟିଭିରୁ ଫୁଟେଜ୍ କପି କରିନେଇଥିଲେ।
Powered by Froala Editor