ନର୍ସିଂହୋମରେ ଓଟିରେ ଯୁବତୀଙ୍କୁ ଦୁଷ୍କର୍ମ
ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ମହିଳା ରୋଗୀଙ୍କୁ ହସ୍ପିଟାଲର ଅପରେସନ୍ ଥିଏଟର ଭିତରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି କାର୍ଯ୍ୟ ପାଇଁ ପୋଲିସ ୩୦ ବର୍ଷୀୟ ଅଭିଯୁକ୍ତ ଡାକ୍ତର ବିଜୟ କୁମାର ଗିରିଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଅପସ୍ମାର ବା ବାତ ମାରିବା ରୋଗରେ ପୀଡ଼ିତା ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯୁବତୀଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ଡାକ୍ତର ଜଣକ ଅକ୍ସିଜେନ୍ ଦେବା ବାହାନାରେ ତାଙ୍କୁ ଓଟି ଭିତରକୁ ନେଇଥିଲେ। ସେଠାରେ ଉପସ୍ଥିତ ଥିବା ନର୍ସ ଓ ଯୁବତୀଙ୍କ ଭଉଣୀଙ୍କୁ ବାହାରକୁ ପଠାଇବା ପରେ ଡାକ୍ତର ଜଣକ ଛାତ୍ରୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଅଚେତ କରିଥିଲେ ଏବଂ ତାଙ୍କ ସହ ଏଭଳି ବର୍ବର କାଣ୍ଡ ଘଟାଇଥିଲେ। ଯୁବତୀ ଜଣକ ଆଂଶିକ ଚେତା ଫେରି ପାଇବା ପରେ ଓଟି ଭିତରୁ କାନ୍ଦି କାନ୍ଦି ବାହାରକୁ ଆସି ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ।
ଅସ୍ତ୍ରୋପଚାର କକ୍ଷ (ଓଟି)ରେ ବଳାତ୍କାର କରିଥିବା ଅଭିଯୋଗରେ ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଛି। ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ମାମଲା ରୁୁଜୁ କରାଯାଇଛି। ଦୋଷ ସ୍ବୀକାର କରିଥିବା ଅଭିଯୁକ୍ତ ଡାକ୍ତରଙ୍କୁ ଅଦାଲତରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
Powered by Froala Editor