ଦେଶରେ ଦିନକରେ ୩୩,୩୭୬ ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ : ଦେଶରେ ଖସୁଛି ସଂକ୍ରମଣ । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାର ୩୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୦୮ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏହାସହ ୩୨ ହଜାର ୧୯୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।
ତେବେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୮ ହଜାର ୩୩୦କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୨ ହଜାର ୩୧୭ ଛୁଇଁଥିବା ବେଳେ ୩ ଲକ୍ଷ ୯୧ ହଜାର ୫୧୬ ସକ୍ରିୟ ମାମଲା ରହିଛି । ୩ କୋଟି ୨୩ ଲକ୍ଷ ୭୪ ହଜାର ୪୯୭ ଜଣ ସୁସ୍ଥ ହୋଇଥିବା ବେଳେ ଏପର୍ୟ୍ୟନ୍ତ ୭୩ କୋଟି ୫ ଲକ୍ଷ ୮୯ ହଜାର ୬୮୮ ଟୀକାକରଣ କରାଯାଇଛି ।
Powered by Froala Editor