୪ ନୂଆ ରାଜ୍ୟପାଳ ନିଯୁକ୍ତ
ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ ରାଜ୍ୟ ତାମିଲନାଡ଼ୁ, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ନାଗାଲାଣ୍ଡ ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି । ତାମିଲନାଡ଼ୁର ରାଜ୍ୟପାଳ ଥିବା ବନୱରିଲାଲ ପୁରୋହିତଙ୍କୁ ପଞ୍ଜାବ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ସେ ତାମିଲନାଡ଼ୁ ରାଜ୍ୟପାଳ ସହିତ ପଞ୍ଜାବର ଅତିରିକ୍ତ ଦାୟିତ୍ୱରେ ଥିଲେ । ନାଗାଲାଣ୍ଡର ରାଜ୍ୟପାଳ ଆର ଏନ ରବିଙ୍କୁ ତାମିଲନାଡ଼ୁର ରାଜ୍ୟଭାବେ ନିଯୁକ୍ତ କରାଯାଇଛି । ଉତ୍ତରାଖଣ୍ଡର ରାଜ୍ୟପାଳ ପଦରୁ ବେବି ରାଣୀ ମୌର୍ଯ୍ୟ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ଆସାମ ରାଜ୍ୟପାଳ ଥିବା ଜଗଦୀଶ ମୁଖିଙ୍କୁ ନାଗାଲାଣ୍ଡର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ନାଗାଲାଣ୍ଡରେ ନୂଆ ରାଜ୍ୟପାଳ ନିଯୁକ୍ତ ହେବା ଯାଏଁ ସେ ଏହି ଦାୟିତ୍ୱ ସମ୍ଭାଳିବେ । ସଂପୃକ୍ତ ରାଜ୍ୟପାଳମାନେ ସେମାନଙ୍କ ଦାୟିତ୍ୱ ନେବା ଦିନଠାରୁ ଏହା କାର୍ଯ୍ୟକାରୀ ହେବ ବୋଲି ରାଷ୍ଟ୍ରପତି ଭବନ ସୂତ୍ରରୁ ଜଣାଯାଇଛି ।
Powered by Froala Editor