ପଞ୍ଚମ ଟେଷ୍ଟ ମ୍ୟାଚ ଆଜି ଖେଳାଯିବନି
ମାଞ୍ଚେଷ୍ଟର: ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟକୁ ନେଇ ଏକ ବଡ଼ ଖବର ଆସିଛି । ତାହା ହେଲା ମାଞ୍ଚେଷ୍ଟରରେ ଆଜି ହେବାକୁ ଥିବା ଏହି ମ୍ୟାଚ ଆଜି ଖେଳାଯିବ ନାହିଁ । ଗୋଟିଏ ଦିନ ପାଇଁ ଏହି ପଞ୍ଚମ ଟେଷ୍ଟ ମ୍ୟାଚକୁ ଘୁଞ୍ଚାଇ ଦିଆଯାଇଛି । ଗୋଟିଏ ଦିନ ମ୍ୟାଚ ଘୁଞ୍ଚିଥିବା ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ବିସିସିଆଇ ଅଧିକାରୀଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ କରୋନା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
ଟେଷ୍ଟ ସିରିଜ୍ ବିଜୟ ବାଟରେ ବାଧକ ସାଜିଛି କରୋନା । ଜଣଙ୍କ ପରେ ଜଣେ ଭାରତୀୟ ଟିମ୍ର ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ଆଉ ୫ ଟିକିଆ ଟେଷ୍ଟର ଅନ୍ତିମ ମ୍ୟାଚକୁ ନେଇ ଆଶଙ୍କା ଉପୁଜିଛି । ତେବେ ଆଶ୍ୱସ୍ତିକର ଖବର ହେଉଛି ମାଞ୍ଚେଷ୍ଟର ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ କୋଭିଡ୍ ଆରଟି-ପିସିଆର୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ପୂର୍ବରୁ ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନରେ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ଗତକାଲି ଆଉ ଜଣେ ସଦସ୍ୟ ସଂକ୍ରମିତ ହୋଇଛନ୍ତି ।
ଆଜି ଆସିଷ୍ଟାଣ୍ଟ ଫିଜିୟୋ ଯୋଗେଶ ପରମାର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏକାଧିକ କରୋନା ମାମଲା ଚିହ୍ନଟ ପରେ ମ୍ୟାଚକୁ ନେଇ ଆଶଙ୍କା ଦେଖାଦେଇଛି । ସମସ୍ତ ଖେଳାଳି ଏବେ ହୋଟେଲରେ ଆଇସୋଲେସନରେ ଅଛନ୍ତି । ସକାଳେ ସମସ୍ତଙ୍କର ଆରଟି-ପିସିଆର୍ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଛି ।
Powered by Froala Editor