ତାଲିବାନ ସରକାରକୁ ବିରୋଧ କଲେ ମହିଳା
କାବୁଲ : ଆଫଗାନିସ୍ତାନର ତାଲିବାନ ସରକାରକୁ ମହିଳାମାନେ ଜୋରଦାର ବିରୋଧ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ସେମାନେ ଆନେ୍ଦାଳନ ଚଳାଇଛନ୍ତି । ଆନେ୍ଦାଳନକାରୀ କହିଛନ୍ତି, ମହିଳା ସଦସ୍ୟ ନଥିବା ସରକାରକୁ ସେମାନେ ଗ୍ରହଣ କରିପାରିବେନି । ତେବେ ତାଲିବାନ କହିଛି ଏହି ଆନେ୍ଦାଳନ ବେଆଇନ । ଆନେ୍ଦାଳନ କରିବା ପୂର୍ବରୁ ଅନୁମତି ନେବା ଆବଶ୍ୟକ । ଆନେ୍ଦାଳନ ଜୋରଦାର ହେବାରୁ ତାଲିବାନ କାବୁଲର ବିଭିନ୍ନ ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି । ତାଲିବାନ ଗୁଇନ୍ଦା ପକ୍ଷରୁ ଏଥିପାଇଁ ନିଦେ୍ର୍ଧଶ ଦିଆଯାଇଥିବା ଜଣାପଡ଼ିଛି । କିଛି ମହିଳା ମଧ୍ୟ ତାଲିବାନ ଆକ୍ରମଣର ଶିକାର ହୋଇଛନ୍ତି । ଚଳିତ ସପ୍ତାହ ଆରମ୍ଭରେ ମହିଳାମାନେ କାବୁଲ ଏବଂ ହେରତ ସହରରେ ତାଲିବାନ ବିରୋଧରେ ଆନେ୍ଦାଳନ କରିଛନ୍ତି । ନୂଆ ସରକାରରେ କୌଣସି ମହିଳା ସ୍ଥାନ ନପାଇବାକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି । ଅନ୍ୟପକ୍ଷେ ଆଫଗାନିସ୍ତାନ ବ୍ୟାପାରରେ ପାକିସ୍ତାନର ହସ୍ତକ୍ଷେପକୁ ବି ସେମାନେ ବିରୋଧ କରିଛନ୍ତି । ନିକଟରେ ପାକିସ୍ତାନ ଆଇଏସଆଇ ମୁଖ୍ୟଙ୍କ କାବୁଲ ଗସ୍ତ ଏବଂ ପଂଜଶୀରରେ ପାକିସ୍ତାନର ଡ୍ରୋନ ଆକ୍ରମଣକୁ ମଧ୍ୟ ସେମାନେ ବିରୋଧ କରିଛନ୍ତି ।
Powered by Froala Editor