ଦକ୍ଷିଣ ମେକ୍ସିକୋରେ ଶକ୍ତିଶାଳୀ ଭୂକମ୍ପ, ସୁନାମି ସତର୍କ ଜାରି

ଦକ୍ଷିଣ ମେକ୍ସିକୋରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ପ୍ରାୟ ୨୦୦ ମାଇଲ ଦୂରରେ ଥିବା ମେକ୍ସିକୋ ସିଟିରେ ବଡ ବଡ କୋଠାଘର ଭୁଶୁଡି ପଡ଼ିଛି। ଯାହା ଫଳରେ ସୁନାମି ସତର୍କ ଜାରି କରାଯାଇଛି।
ମେକ୍ସିକୋର ଦକ୍ଷିଣରେ ଥିବା ଆକାପୁଲକୋ ସହରରେ ଗତ ବିଳମ୍ବିତ ରାତିରେ ହୋଇଥିବା ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହାର ପ୍ରଭାବରେ ମେକ୍ସିକୋ ସହର ପ୍ରାୟ ଏକ ମିନିଟ ପର୍ଯ୍ୟନ୍ତ ଥରି ଉଠିଥିଲା। ରିକ୍ଟର ସେକ୍ଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି। ଝଟ୍କା ଏତେ ଶକ୍ତିଶାଳୀ ଥିଲା ଯେ ଦକ୍ଷିଣ ମେକ୍ସିକୋ ସିଟିର ଅଧିକାଂଶ ଘର ଦୋହଲି ଯାଇଥିଲା। ଭୂକମ୍ପ ପରେ ବିଦ୍ୟୁତ ସରବରାହ ବନ୍ଦ ହୋଇଥିବା ସୂଚନା ମିଳିଛି। ସହରରେ ଭୂକମ୍ପ ଘଟିଥିବା ବେଳେ ଲୋକମାନେ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା କେତେ ପରିମାଣର କ୍ଷୟକ୍ଷତି ହୋଇଛି। ସେନେଇ କିଛି ବିଶେଷ ସୂଚନା ମିଳିନାହିଁ ।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ ଗୁରେରୋ ଠାରୁ ୧୧ କିଲୋମିଟର ଦୂରରେ ଥିବା ଆକାପୁଲକୋରେ ୭.୪ ତୀବ୍ରତାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ସେହିପରି ଭୂକମ୍ପ ପରେ ବର୍ତ୍ତମାନ ମେକ୍ସିକୋରେ ସୁନାମି ହେବାର ଆଶଙ୍କା ରହିଛି। ପାଣିପାଗ ବିଶେଷଜ୍ଞମାନେ ଏ ନେଇ ଏକ ଚେତାବନୀ ମଧ୍ୟ ଜାରି କରିଛନ୍ତି। ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
Powered by Froala Editor