ଦେଶରେ ୩୭ ହଜାର ୮୭୫ ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କରୋନାର ବିରୋଧରେ ଲଢିବା ପାଇଁ ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୭ ହଜାର ୮୭୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୭୯ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କେରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୯୬,୭୧୮ ରହିଛି କରୋନା ଜନିତ ମୃତୁ୍ୟ ସଂଖ୍ୟା ୪,୪୧,୪୧୧କୁ ବୃଦ୍ଧି ପାଇଛି । ଏହା ସହିତ ବର୍ତ୍ତମାନ ଆକ୍ଟିଭ କେସ୍ ୩,୯୧,୨୫୬ ରହିଥିବା ବେଳେ ଦେଶରେ କରୋନାରୁ ସୁସ୍ଥ ହେଲେଣି ୩,୨୨,୬୪,୦୫୧ ଜଣ ।
Powered by Froala Editor