ପ୍ରଚାର ମଇଦାନକୁ ଓହ୍ଲାଇବେ ମମତା
ଆସନ୍ତାକାଲି ଠାରୁ ଭବାନୀପୁର ବିଧାନସଭା ଉପ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ । ଆସନ୍ତାକାଲି ଭବାନୀପୁର ଠାରେ ଟିଏମସି ପକ୍ଷରୁ ଗୋଟିଏ ଦଳୀୟ କର୍ମୀ ସମ୍ମିଳନୀ ହେବ। ଏହି ସମ୍ମିଳନୀ ଜରିଆରେ ହିଁ ମମତା ନିଜର ବିଜୟ ପାଇଁ ପ୍ରଚାର ଆରମ୍ଭ କରିବେ। ଅପରାହ୍ନ ୩ଟା ସମୟରେ ମମତା ବାନାର୍ଜୀ କେବଳ ନିର୍ବାଚନମଣ୍ଡଳୀର ସମସ୍ତ ୱାର୍ଡର ଟିଏମସି କର୍ମୀଙ୍କୁ ସମ୍ବୋଧିତ କରିବା ସହ ବିଧିବଦ୍ଧ ଭାବେ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିବେ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଟିଏମସି ଘୋଷଣା କରଥିଲା ଯେ ଭବାନୀପୁର ବିଧାନସଭା ଆସନରେ ହେବାକୁଥିବା ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କାରଣ, ନନ୍ଦିଗ୍ରାମରେ ନିର୍ବାଚନ ହାରିଥିବା ମମତା ବାନାର୍ଜୀଙ୍କୁ ତାଙ୍କ ମୁଖ୍ୟମନ୍ତ୍ରୀ ପଦବୀ ବଜାୟ ରଖିବାକୁ ଏହି ଉପନିର୍ବାଚନରେ ଜିତିବାକୁ ପଡ଼ିବ।
ତେଣୁ କାଲିଠୁ ପ୍ରଚାର ମଇଦାନକୁ ଓହ୍ଲାଇବେ ମମତା । ଦିଦି ଅଡିଟୋରିୟମରେ ଭବାନୀପୁର ନିର୍ବାଚନମଣ୍ଡଳୀରେ ଥିବା ସମସ୍ତ ୱାର୍ଡର ଟିଏମସି କର୍ମୀମାନଙ୍କୁ ସମ୍ବୋଧନ କରିବେ। ପ୍ରଚାର ରଣନୀତି କ’ଣ ରହିବ ଓ କର୍ମୀମାନେ କେମିତି ଲୋକଙ୍କ ପାଖରେ ପହଞ୍ଚିବେ, ସେ ବାବଦରେ ଦିଦି ସମସ୍ତଙ୍କୁ ମନ୍ତ୍ର ଫୁଙ୍କିବେ ବୋଲି କୁହାଯାଉଛି।
Powered by Froala Editor