ଚିଟଫଣ୍ଡ ଠକେଇ ଅଭିଯୋଗରେ ଗିରଫ ହେଲେ ବିଧାୟକ
ଚିଟଫଣ୍ଡ ଠକେଇ ଅଭିଯୋଗରେ ଆଜି ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ. ଭି ପ୍ରସାଦଙ୍କୁ ଗିରଫ କରାଯାଇଛି । ଏମ. ଭି ପ୍ରସାଦ ବିଶାଖାପାଟନା ପଶ୍ଚିମ ଜୋନର ବିଧାୟକ ଥିଲେ । ଏମ. ଭି ପ୍ରସାଦଙ୍କ ୱେଲଫେୟାର ଗ୍ରୁପ ଅଫ କମ୍ପାନୀ ଥିଲା । ଏହି କମ୍ପାନା ୧୨୦୦ କୋଟି ଠକିଛି ବୋଲି ସୂଚନା ମିଳିଛି ଓ ଏହି ଠକେଇରେ ଓଡିଶା, ଆନ୍ଧ୍ର ଓ ଛତିଶଗଡ ଶିକାର ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ଆଜି ଓଡିଶା ପୋଲିସ ଏମ. ଭି ପ୍ରସାଦଙ୍କୁ ବିଶାଖାପାଟନାରୁ ଗିରଫ କରିଛି ଓ କ୍ରାଇମବ୍ରାଞ୍ଚ ତାଙ୍କ ଘରେ ଚଢାଉ କରି ୪୫ ଲକ୍ଷ ଟଙ୍କା ଜବତ କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡିଛି । ଓଡିଶାର ବିଭିନ୍ନ ଥାନାରେ ପ୍ରସାଦଙ୍କ ନାଁରେ ମାମଲା ଥିବା ଜଣାପଡିଛି । ଏମ.ଭି ପ୍ରସାଦଙ୍କୁ ଗିରଫ ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ଓ ରିମାଣ୍ଡରେ ନିଆଯିବ ବୋଲି ଜଣାପଡିଛି ।
Powered by Froala Editor