ତାଲିବାନକୁ ଗୁଗୁଲ୍ ଝଟ୍କା, ପଢ଼ନ୍ତୁ କ’ଣ...
କାବୁଲ: ଆଫଗାନିସ୍ତାନ ଦଖଲ ସତ୍ତ୍ୱେ ତାଲିବାନକୁ ଅନେକ ପ୍ରତିବନ୍ଧକ ସାମ୍ନା କରିବାକୁ ପଡ଼ୁଛି । ଗୋଟିଏ ପରେ ଗୋଟେ ଝଟ୍କା ଲାଗୁଛି । ଅନ୍ୟ ରାଷ୍ଟ୍ରଗୁଡ଼ିକ ସମର୍ଥନ କରୁନଥିବା ବେଳେ ଏବେ ଗୁଗୁଲ୍ ଅଙ୍କୁଶ ଲଗାଇଛି । ପୂର୍ବ ଆଫଗାନିସ୍ତାନ ସରକାରଙ୍କ ସମସ୍ତ ଇମେଲ୍ ଆକାଉଣ୍ଟକୁ ଗୁଗୁଲ୍ ପକ୍ଷରୁ ବନ୍ଦ କରାଯାଇଛି । ଫଳରେ ଏଥିରୁ ଆଉ କୌଣସି ଗୁପ୍ତ ତଥ୍ୟ ତାଲିବାନ ପାଇ ପାରିବ ନାହିଁ । ତେବେ ଘନି ସରକାର ସମୟର ସମ୍ବେଦନଶୀଳ ତଥ୍ୟ ଯୋଗାଡ଼ କରିବାକୁ ତାଲିବାନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି ।
ଏହି ତଥ୍ୟ ସମ୍ମୁଖକୁ ଆସିଥିଲେ ଦୁଇ ପ୍ରକାରର ବିପଦ ସୃଷ୍ଟି ହୋଇଥାନ୍ତା । ପ୍ରଥମରେ ଅନ୍ୟ ଦେଶମାନଙ୍କ ସହ ସରକାରଙ୍କ ପାଖରୁ ଜାରି କରାଇଥିବା ଗୁପ୍ତ ତଥ୍ୟ ଏବଂ ଦ୍ୱିତୀୟରେ ଗୋଇନ୍ଦା ଓ ପ୍ରମୁଖ ଅଧିକାରୀଙ୍କ ତାଲିକା ତାଲିବାନ ପାଇଲେ ସେମାନଙ୍କ ଜୀବନ ପ୍ରତି ବିପଦ ରହିବ । ଏସବୁ ଜାଣିବା ପରେ ଗୁଗୁଲ୍ ପକ୍ଷରୁ ତୁରନ୍ତ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଯାହା ଏବେ ତାଲିବାନ ପାଇଁ ଚିନ୍ତା ପାଲଟିଛି ।
Powered by Froala Editor