ଅଲଗା ହେଲେ ଇସ୍ରାଏଲ୍ର ଦୁଇ ଭଉଣୀ, ମୁଣ୍ଡ ଏକାଠି ଥିଲା
ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ କଥା ତ ସମସ୍ତେ ଜାଣିଥିଲେ । ତେବେ ଇସ୍ରାଏଲରେ ମଧ୍ୟ ଏଭଳି ଯୋଡା ମୁଣ୍ଡ ଥିବା ଶିଶୁ କନ୍ୟାଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି । ଇସ୍ରାଏଲର ସୋରୋକାରେ ଗତ ବର୍ଷ ଅଗଷ୍ଟରେ ଏହି ଦୁଇ କନ୍ୟା ସନ୍ତାନ ଜନ୍ମ ନେଇଥିଲେ । ମାତ୍ର ସେମାନଙ୍କ ମୁଣ୍ଡ ଯୋଡି ହୋଇଥିଲା । ଜନ୍ମବେଳେ ଦୁଇ କନ୍ୟା ଶିଶୁଙ୍କ ମୁଣ୍ଡ ଯୋଡି ହୋଇ ରହିଥିବାରୁ ନାନା ସମସ୍ୟା ଦେଖା ଦେଇଥିଲା । ତେଣୁ ଡକ୍ତରମାନେ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ । ଇସ୍ରାଏଲରେ ପ୍ରଥମ ଥର ଲାଗି ଏହି ଅପରେସନ ସଫଳ ହୋଇଥିବା ବେଳେ, ସାରା ବିଶ୍ବରେ ଏ ଧରଣର ୨୦ଟି ଅପରେସନ ହୋଇଛି । ମାସକ ପୂର୍ବରୁ ସେମାନଙ୍କ ମସ୍ତକରେ ବିଭିନ୍ନ ସିଲିକନ ବ୍ୟାଗ ଦେଇ ଚମଡାକୁ ସମ୍ପ୍ରସାରିତ କରାଯାଇଥିଲା । ପରେ ଏହାକୁ ଅପରେସନ ପରେ ମୁଣ୍ଡରେ ବ୍ୟବହାର କରାଯାଇଥିଲା । ଦୀର୍ଘ ୧୨ ଘଣ୍ଟାର ଅସ୍ତ୍ରୋପଚାର ପରେ ଦୁଇ ଶିଶୁଙ୍କ ମୁଣ୍ଡକୁ ଅଲଗା କରାଯାଇଛି । ଏହି ବିରଳ ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ ୧୨ରୁ ଅଧିକ ବିଶେଷଜ୍ଞ । ଅପରେସନ ପରେ ଦୁଇ ଶିଶୁଙ୍କ ଅବସ୍ଥା ଭଲ ରହିଛି । ସୋରୋକାର ସର୍ଜରୀ ବିଭାଗ ମୁଖ୍ୟ ଏଲଡାଦ ସିବରଷ୍ଟେନ କହିଛନ୍ତି, ଏହି ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ସେମାନେ ସୁସ୍ଥ ଓ ବିପଦମୁକ୍ତ ଅଛନ୍ତି ।
Powered by Froala Editor