ବର୍ଷ ବର୍ଷ ଧରି ବନ୍ଦ ଥିବା ଲିପ୍ଟରୁ ମିଳିଲା ମଣିଷ କଙ୍କାଳ
୨୪ ବର୍ଷ ଧରି ବନ୍ଦ ଥିବା ଉତ୍ତରପ୍ରଦେଶର ଓପିଇସି ହସ୍ପିଟାଲର ଏକ ଲିପ୍ଟରୁ ମଣିଷ କଙ୍କାଳ ମିଳିଛି। ମରାମତି କାମ ପାଇଁ ଲିପ୍ଟ ଖୋଲାଯିବା ପରେ କଙ୍କାଳ ମିଳିଛି। କଙ୍କାଳଟି ଜଣେ ପୁରୁଷଙ୍କର ବୋଲି ଜଣାପଡ଼ିଛି। ଏହି ମାମଲାରେ ସମାଧାନ ପାଇଁ ପୁଲିସ ୨୪ବର୍ଷ ପୂର୍ବେ ‘ନିଖୋଜ ବ୍ୟକ୍ତି’ଙ୍କ ରିପୋର୍ଟ ଯାଞ୍ଚ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ, ବ୍ୟକ୍ତି ଜଣକ କିଏ, ତାଙ୍କର କିପରି ମୃତ୍ୟୁ ହୋଇଥିଲା ଏବଂ ମୃତଦେହ ଏତେ ବର୍ଷ ଧରି ଲିଫ୍ଟରେ କେମିତି ପଡ଼ି ରହିଥିଲା, ତାହା ଜଣା ପଡିନାହିଁ। ଉକ୍ତ ବ୍ୟକ୍ତି ଲିଫ୍ଟରେ ଅଟକି ଯାଇ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି ନା କେହି ତାଙ୍କୁ ହତ୍ୟା କରି ଶବକୁ ସେଠାରେ ଲୁଚାଇ ରଖିଥିଲା ? ଏହି ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ। ଡିଏନଏ ପରୀକ୍ଷା ପରେ ଅଧିକ ସୂଚନା ମିଳି ପାରିବ ବୋଲି କହିଛି ପୁଲିସ। ପୁଲିସ ଏବଂ ଏହାର ଫରେନସିକ୍ ବିଭାଗ ବର୍ତ୍ତମାନ କଙ୍କାଳର ରହସ୍ୟ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ସୂଚନା ମୁତାବକ, ୫୦୦ଶଯ୍ୟା ବିଶିଷ୍ଟ ଓପିଇସି ହସ୍ପିଟାଲର ନିର୍ମାଣ ୧୯୯୧ରେ ଆରମ୍ଭ ହୋଇଥିଲା। ଲିଫ୍ଟ ୧୯୯୭ପର୍ଯ୍ୟନ୍ତ ଚାଲୁଥିଲା, ହେଲେ ପରେ ଏହା କାର୍ଯ୍ୟକ୍ଷମ ହୋଇନଥିଲା।
Powered by Froala Editor