ରଙ୍ଗ ଓ ଲେବଲରୁ ଚିହ୍ନିବେ ଅସଲି ଟିକା
ଅନ୍ତର୍ଜାତୀୟ ବଜାରରେ ମିଳୁଛି ନକଲି କରୋନା ଟିକା । କୋଭିସିଲ୍ଡ ନାଁରେ ନକଲି ଟିକା ବଜାରରେ ମିଳୁଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଉଦବେଗ ପରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ସତର୍କ କରାଇ ଦେଇଛନ୍ତି । ତେଣୁ ଟିକା ନିର୍ମାତାଙ୍କ ସହ ପରାମର୍ଶ କରି ଏସବୁ ଟିକାର ରଙ୍ଗ ଓ ଲେବଲ ଆଦି ପାରାମିଟର ବିଷୟରେ ଅବଗତ କରାଇଛନ୍ତି । କାରଣ ଦକ୍ଷିଣ-ପୂର୍ବ ଏସିଆ ଓ ଆଫ୍ରିକାରେ ନକଲି କୋଭିସିଲ୍ଡ ଟିକା ବିକ୍ରି ହେଉଥିବାନେଇ ଅନେକ ରିପୋର୍ଟ ପ୍ରକାଶ ପାଇଛି । ଆମ ଦେଶରେ ମଧ୍ୟ ନକଲି ଟିକା ବିକ୍ରି ହେଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏସବୁ ଅଭିଯୋଗର ତଦନ୍ତ ଚାଲିଛି ଏବଂ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି ।
ଭାରତରେ ମିଳୁଥିବା କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ୍-ଭି ଟିକାକୁ ଅନୁମତି ମିଳିଥିବାବେଳେ ଏହାର ପାରାମିଟର ବିଷୟରେ ସବୁ ବିବରଣୀ ବୁଝିବାକୁ ରାଜ୍ୟ ସରକାର ଗୁଡିକୁ ସକର୍କ କରାଯାଇଛି ।
ଅସଲି କୋଭିସିଲ୍ଡ ଟିକାରେ ଗାଢ ସବୁଜ ରଙ୍ଗରେ ଲେବଲ ଲେଖାଯାଇଛି । ଟିକା ଭାଏଲର ସିଲ୍ ମଧ୍ୟ ଗାଢ ସବୁଜ ରଙ୍ଗର । ଟିକା ନିର୍ମାତା ସିରମ ଇନଷ୍ଟିଚ୍ୟୁଟର ନାଁ ମଧ୍ୟ ସାମାନ୍ୟ ଉପରକୁ ତେରେଛା ଭାବେ ଲେଖାଯାଇଛି । ଭଲଭାବେ ପଢିହେବା ପରି ଧଳା ପଟି ଉପରେ ଟିକାର ନାଁ ଲେଖାଯାଇଛି।
କୋଭାକ୍ସିନ ଟିକା ଲେବଲରେ ଅତି ବାଇଗଣି ରଶ୍ମୀରେ ଦେଖାଗଲା ଭଳି ଟେକ୍ସଟ୍ ରହିଛି । କୋଭାକ୍ସିନ ଲେବଲରେ କେବଳ ବିନ୍ଦୁରେ ରହିଛି କିଛି ଟେକ୍ସଟ । ଅତି ନିରିଖି ଦେଖିଲେ ଟିକାର ଲୋଗୋରେ ଏହି ଟେକ୍ସଟ ଜଣାପଡିବ । କୋଭାକ୍ସିନର ଏକ୍ସ ଅକ୍ଷରରେ ଏକ ହୋଲୋଗ୍ରାଫିକ ଇଫେକ୍ଟ ରହିଛି ।
ସ୍ପୁଟନିକ-ଭି ଟିକାର ପ୍ୟାକେଟର ଅଗରେ ଓ ପଛପଟେ କେବଳ ଇଂରାଜୀରେ ଟିକାର ଲୋଗୋ ରହିଛି । ବାକିସବୁ ସୂଚନା ରୁଷିଆ ଭାଷାରେ ଦିଆଯାଇଛି ।
Powered by Froala Editor