ଯୁବକଙ୍କ ପେଟରୁ ବାହାରିଲା ନୋକିଆ ୩୩୧୦ ମଡେଲ ଫୋନ୍

ଖେଳ ଖେଳରେ ଛୋଟପିଲାମାନେ କିଛି ଜିନିଷ ଗିଳି ଦିଅନ୍ତି । କିନ୍ତୁ ଜଣେ ସୁସ୍ଥ ବ୍ୟକ୍ତି କେବେ ଏପରି କରିବେ କି? ହେଲେ ଜଣେ ଯୁବକ ଏମିତି ଅଜବ କାରନାମା କରିଛନ୍ତି । ଯୁବକ ଜଣକ ନୋକିଆ ୩୩୧୦ ସେଲଫୋନ୍ କୁ ଗିଳିବା ପରି ଅଜବ ହରକତ୍ କରି ସମସ୍ୟାରେ ପଡ଼ିଛନ୍ତି ।
କୋସୋବୋର ପ୍ରିଷ୍ଟିନା ଠାରେ ରହୁଥିବା ଜଣେ ୩୩ ବର୍ଷିୟ ଯୁବକ ଏକ ନୋକିଆ ଫୋନ୍ କୁ ଗିଳିଦେଇଥିଲେ । ଯେତେବେଳେ ଫୋନ୍ ଟି ପେଟରେ ଫସିଯାଇଥିଲା ତାଙ୍କୁ ତୁରନ୍ତୁ ହସ୍ପିଟାଲକୁ ନିଆଯାଇଥିଲା । ପ୍ରଥମେ ଯୁବକଙ୍କ ସ୍କାନ ଓ ଟେଷ୍ଟ ସବୁ କରାଯାଇଥିଲା । ସେଥିରେ ଦେଖିବାକୁ ମିଳିଥିଲା ଯେ, ପେଟରେ ଫୋନ୍ ରହିଛି ଏବଂ ବ୍ୟାଟେରୀ ପାଇଁ ତାଙ୍କ ଜୀବନ ଚାଲି ଯାଇଥାନ୍ତା । କିନ୍ତୁ ଡାକ୍ତର ମୋବାଇଲ୍ କୁ ସୁରକ୍ଷିତ ଭାବରେ ବାହାର କରିଥିଲେ ।
Powered by Froala Editor