କରୋନାରେ ଆଉ ୨ ଲକ୍ଷ ୩୪ ହଜାର ୬୯୨ ଆକ୍ରାନ୍ତ

ଭୁବନେଶ୍ୱର : କରୋନାରେ ରାଜ୍ୟରେ ଆଉ ୨ ଲକ୍ଷ ୩୪ ହଜାର ୬୯୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଗୋଟିଏ ଦିନରେ ଏହା ସର୍ବାଧିକ ସଂକ୍ରମଣର ଅଲୋଡ଼ା ରେକଡର଼୍ ସୃଷ୍ଟି କରିଛି । ଫଳରେ ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯ରେ ପହଁଚିଛି । ସେହିପରି ଗୋଟିଏ ଦିନରେ ୧୩୪୧ କରୋନା ଆକ୍ରାନ୍ତଙ୍କର ମୃତୁ୍ୟ ଘଟିଛି । ଏଯାବତ ଦେଶରେ କରୋନା ୧ ଲକ୍ଷ ୭୩ ହଜାର ୧୫୨ ଜଣଙ୍କର ଜୀବନ ନେଇସାରିଛି ।
ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି । ଦିଲ୍ଲୀରେ ୧୯୪୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୬୩ ହଜାର ୭୨୯ ଜଣ ଆକ୍ରାନ୍ତ ହୋଇଛନ୍ତି ।
ଦେଶରେ କରୋନା ସଂକ୍ରମଣରେ ବେଶୀ ପ୍ରଭାବିତ ହୋଇଥିବା ୫ଟି ରାଜ୍ୟ ହେଉଛି, ମହାରାଷ୍ଟ୍ର (୩୭୦୩୫୮୪), କେରଳ (୧୧୯୭୩୦୧), କର୍ଣ୍ଣାଟକ (୧୧୦୯୬୫୦), ତାମିଲନାଡୁ (୯୬୨୯୩୫) ଓ ଆନ୍ଧ୍ରପ୍ରଦେଶ (୯୪୨୧୩୫) ।
କରୋନା ସଂକ୍ରମଣରେ ବିଶ୍ୱରେ ଏବେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା ପ୍ରଥମ ସ୍ଥାନରେ ରହିଥିବାବେଳେ ଭାରତ ପଛକୁ ରହିଛନ୍ତି ବ୍ରାଜିଲ, ଫ୍ରାନ୍ସ ଓ ଋଷିଆ ।