ପ୍ରତି ସପ୍ତାହ ଶନି ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

ଆଜି ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଆଯାଇଛି ଏକ ବଡ ନିଷ୍ପିତ୍ତି | ଛତିଶା ନିଯୋଗ ବୈଠକରେ ନିଆ ଅନୁସାରେ ଏଣିକି ପ୍ରତି ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । କରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏହି କଟକଣା ଲଗାଯାଇଛି । ଆସନ୍ତା ୨୪ ତାରିଖ ଠାରୁ ଏହି କଟକଣା ଲାଗୁ ହେବ । ଏଥିସହ ବାହାର ଭକ୍ତଙ୍କ ପାଇଁ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଏନେଇ ଶ୍ରୀମନ୍ଦରି ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି । ଏହି ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଛତିଶା ନିଯୋଗ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି ମଧ୍ୟ ବୈଠକରେ ସାମିଲଥିଲେ । ଏହିଠାରେ ସୂଚନା ଯେ ବଢୁଥିବା କରୋନା ସଂକ୍ରମଣ ଲାଗି ଭାରତ ପ୍ରତ୍ନତ୍ତତ୍ୱ ବିଭାଗ ମେ’ ୧୫ ଯାଏ ଦେଶର ସମସ୍ତ ଐତିହ୍ୟସ୍ଥଳ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।