ଡିଏସପିରୁ ହେଲେ ଇନସ୍ପେକ୍ଟର

ଭୁବନେଶ୍ୱର: କାମ ଅନୁସାରେ ଫଳ । ଭଲ କାମ କଲେ ପଦୋନ୍ନତି । ଆଉ କାମ ଭଲ ନକଲେ ତଳ ର୍ୟାଙ୍କରେ ନିଯୁକ୍ତି । ଓଡ଼ିଶାରେ ଏଭଳି ଦେଖିବାକୁ ମିଳିଛି । ପୁଲିସ ଚାକିରି କ୍ଷେତ୍ରରେ ଏଭଳି ଦେଖିବାକୁ ମିଳିଛି । ଡିଏସପିରୁ ଇନସ୍ପେକ୍ଟରକୁ ଖସିଛନ୍ତି ୨୮ ଜଣ ପୁଲିସ ଅଧିକାରୀ । ଇନଚାର୍ଜ ଡିଏସପିଭାବେ ବିଭିନ୍ନ ଜିଲ୍ଲାରେ କାମ କରୁଥିବା ୨୮ ଜଣ ପୁଲିସ ଅଧିକାରୀ ଇନସ୍ପେକ୍ଟର ପଦକୁ ଖସିଛନ୍ତି ।
ଅନୁପ କାନୁନଗୋ, ସତ୍ୟଜିତ ମିଶ୍ର, କୃଷ୍ଣପ୍ରସାଦ ଦାସ, ସୂର୍ଯ୍ୟମଣି ପ୍ରଧାନ, ଇତି ଦାସ, ମନୋଜ ସାମନ୍ତ, ସୁପ୍ରସନ୍ନ ମଲ୍ଲିକ, ରଞ୍ଜନ ଦେ, ପୁଷ୍ପଲତା ବାରିକ, ଶ୍ରୀମନ୍ତ ବାରିକ ଓ ଅଜୟ ମିଶ୍ରଙ୍କ ସମେତ ୨୮ ଜଣ ପୁଲିସ ଅଧିକାରୀ ଇନସ୍ପେକ୍ଟର ପଦକୁ ଖସିଛନ୍ତି । ତୁରନ୍ତ ସେମାନଙ୍କୁ ଇନସ୍ପେକ୍ଟର ଭାବେ ପୋଷ୍ଟିଂ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି ।