ଓଏଏସ ସ୍ତରରେ ହେଲା ଅଦଳବଦଳ

ଓଏଏସ ସ୍ତରରେ ହେଲା ଅଦଳବଦଳ ।
ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଖଦି ବୋର୍ଡର ଯୁଗ୍ମ ସଚିବ ଅନକର ଠାକୁରଙ୍କୁ ବାଲିଗୁଡା ଆଇଟିଡିଏ ପିଏ, କୁଚିଣ୍ଡା ଆଇଟିଡିଏ ପିଏ ପବିତ୍ର ବେହେରାଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ, ସମ୍ବଲପୁର ଆରଟିଓ ତି୍ରଲୋଚନ ପାତ୍ରଙ୍କୁ ପଦ୍ମପୁର ଉପଜିଲ୍ଲାପାଳ, ସୁନ୍ଦରଗଡ଼ର ସୁବଡେଗା ବିଡିଓ ଲମ୍ବୋଦର ଧାରୁଆଙ୍କୁ ବଲାଙ୍ଗୀର ଉପଜିଲ୍ଲାପାଳ, ବାଲିଗୁଡା ଆଇଟିଡିଏ ପିଏ ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ କୁଚିଣ୍ଡା ଆଇଟିଡିଏ ପିଏ ଏବଂ ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନଙ୍କୁ ଚମ୍ବୁଆ ଆଇଟିଡିଏ ପିଏ ଭାବେ ନିଯୁକ୍ତି ଦିଆଯାଇଛି । ଶକ୍ତି ବିଭାଗର ଯୁଗ୍ମ ସଚିବ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ ଓରେଡାର ପ୍ରଶାସନିକ ଅଧିକାରୀମାନେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।