୨ ସିଆରପିଏଫ ଯବାନଙ୍କୁ ନିର୍ମମ ହତ୍ୟା

ମାଲକାନାଗିରି ଜିଲ୍ଲା ସୀମାନ୍ତ ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ୨ ଜଣ ସିଆରପିଏଫ୍ ଯବାନଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଆଜି ରାସ୍ତାରୁ ୨ ଜଣ ଯବାନଙ୍କ ମୃତାଦେହ ମିଳିଛି । ମାଓ ଇଲାକାରେ ହତ୍ୟାକାଣ୍ଡ ଘଟିଥିବାରୁ ଘଟଣାସ୍ଥଳରେ ଡିଆରଜି ଓ ସିଆରପିଏଫ୍ ବାହିନୀକୁ ପଠାଯାଇଥିବା ସୂଚନା ଦେଇଛନ୍ତି ସୁକମା ଏସ୍ପି କେ.ଏଲ୍ ଧ୍ରୁବ । ସୂଚନା ଅନୁଯାୟୀ, ମାଓବାଦୀଙ୍କ ଅତ୍ୟଧିକ ଉପଦ୍ରବ ଯୋଗୁଁ ସୁକମା ଭେଜି ଅଂଚଳରେ ଏକ ସିଆରପିଏଫ୍ କ୍ୟାମ୍ପ ସ୍ଥାପନ ହୋଇଥିଲା । ସେହି କ୍ୟାମ୍ପଠାରୁ ମାତ୍ର ୩୦୦ ମିଟର ଦୂରରେ ଦୁଇ ଯବାନଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଜଣେ ହେଡ୍ କନେଷ୍ଟବଳ ଓ ଜଣେ କନେଷ୍ଟବଳଙ୍କ ନିର୍ମମ ହତ୍ୟାକାଣ୍ଡକୁ ନେଇ ସୁକମା ପୋଲିସ ତଦନ୍ତ ଆରମ୍ଭ କରିଛି ।