ଅଫିସ ପାଇଁ ଲାଗିଲା ଏହିସବୁ କଟକଣା

ଭୁବନେଶ୍ୱର : କରୋନା ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଥିବାବେଳେ ୨୦ ଜିଲ୍ଲାରେ ରାତ୍ରକାଳୀନ କର୍ଫୁ୍ୟ ଘୋଷଣା କରାଯାଇଛି । ସାମାଜିକ, ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରାଯାଇନଥିବାବେଳେ ସରକାରୀ ଓ ବେସରକାରୀ ଅଫିସ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି ।
ସରକାରୀ ଅଫିସ : ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ନିଦେ୍ର୍ଧଶନାମା ଅନୁଯାୟୀ ସରକାରୀ ଅଫିସ ପରିଚାଳିତ ହେବ । ସରକାରୀ ଅଫିସ ମଧ୍ୟ ୫୦% କର୍ମଚାରୀଙ୍କୁ ନେଇ ପରିଚାଳିତ ହେବ । କର୍ମଚାରୀମାନଙ୍କର ରୋଷ୍ଟର ଡୁ୍ୟଟିର ବ୍ୟବସ୍ଥା ହେବ । ତେବେ ଉଚ୍ଚପଦସ୍ଥ ଅଧିକାରୀମାନେ ସବୁଦିନ ଅଫିସ ଆସିବେ ।
ବ୍ୟାଙ୍କ : ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକରେ ମାନବସମ୍ବଳ ହ୍ରାସ କରାଯିବ । କର୍ମଚାରୀମାନଙ୍କୁ ଘରୁ କାମ କରିବା ପାଇଁ ପ୍ରୋତ୍ସାହିତ କରାଯିବ ।
ବେସରକାରୀ ଅଫିସ : ବେସରକାରୀ ଅଫିସରେ ବି ମାନବସମ୍ବଳ ହ୍ରାସ କରାଯିବ । ଘରୁ କାମ କରିବାର ଅଭ୍ୟାସକୁ ଆପଣାଇବାକୁ ପଡ଼ିବ ।
ମୁଖ୍ୟ କାର୍ଯ୍ୟାଳୟ : ସମସ୍ତ ସରକାରୀ ଓ ବେସରକାରୀ ମୁଖ୍ୟ କାର୍ଯ୍ୟାଳୟରେ କୋଭିଡ଼ ୧୯ ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଏସଓପି ପାଳନ କରାଯିବ ।
ସ୍କି୍ରନିଂ : ପ୍ରବେଶ ଓ ପ୍ରସ୍ଥାନ ପଥ ସହ ସର୍ବସାଧାରଣ ସ୍ଥାନରେ ଥର୍ମାଲ ସ୍କି୍ରନିଂ, ହାତ ଧୋଇବା, ସାନିଟାଇଜର ବ୍ୟବସ୍ଥା କରାଯିବ ।
ସାନିଟାଇଜିଂ : ଅଫିସକୁ ନିୟମିତ ଭାବେ ସାନିଟାଇଜ କରାଯିବ ।
ଶାରୀରିକ ଦୂରତା : କର୍ମଚାରୀଙ୍କ ମଧ୍ୟରେ ଶାରୀରିକ ଦୂରତା ରହିବ । କର୍ମଚାରୀଙ୍କ ସିଫ୍ଟ ମଧ୍ୟରେ ପର୍ଯ୍ୟାପ୍ତ ବ୍ୟବଧାନ ରହିବ