ଫାର୍ମ ହାଉସ ପୋଖରୀରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର
ଭୁବନେଶ୍ୱର: ନନ୍ଦନକାନନ ଥାନା ଅଂଚଳର ଫାର୍ମ ହାଉସ ପୋଖରୀରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଛାତ୍ରୀ ଜଣଙ୍କ ନୟାଗଡ ଜିଲ୍ଲାର ଜଣେ ପ୍ରଫେସରଙ୍କ ଝିଅ ବୋଲି ସୂଚନା ମିଳିଛି । ସିସିଟିଭି ଫୁଟେଜ୍ ଅନୁସାରେ ରାତି ୨ଟାରେ ଛାତ୍ରୀ ଜଣଙ୍କ ଫାର୍ମ ହାଉସରେ ପଶିଥିବା ଜଣା ପଡିଛି । ଛାତ୍ରୀଙ୍କ ବାପାଙ୍କ କହିବା ଅନୁସାରେ ଛାତ୍ରୀ ଜଣକ ମେଧାବୀ ଥିବା ସହ ଭଲ ଚିତ୍ର ମଧ୍ୟ କରୁଥିଲେ । ଗତ ଜେଇଇ ପରୀକ୍ଷାରେ ତାଙ୍କ ରେଜଲ୍ଟ ଭଲ ହୋଇନଥିଲା । କିନ୍ତୁ ପାଠ ପଢାକୁ ନେଇ ଘରୁ କୌଣସି ଚାପ ପଡୁନଥିଲା । ତେଣୁ ସେ ଆତ୍ମହତ୍ୟା କରିବା କଥା ବିଶ୍ୱାସ କରୁପାରୁନାହାଁନ୍ତି ପରିବାର ଲୋକେ । ଘରୁ ଆସିବା ସମୟରେ ସେ ଚପଲ କୁ ଫାଟକ ପାଖରେ ଫୋପାଡି ଦେଇ ଆସିଛନ୍ତି । ଏହା ସହ ତାଙ୍କୁ ଫାର୍ମ ହାଉସକୁ କୌଣସି ଲୋକ ପ୍ରଲୋଭିତ କରି ନେଇଥାଇ ପାରନ୍ତି ବୋଲି ସେ କହିଛନ୍ତି । ଘଟଣାର ସତ୍ୟତା ପାଇଁ ତଦନ୍ତ ଜାରି ରହିଛି ।
Powered by Froala Editor