ମୃଦୁ ଭୂକମ୍ପ: ଭୋର୍ରୁ ଥରିଲା ରାୟଗଡା

ଆଜି ଭୋର ୪ଟା ସମୟରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଭୂକମ୍ପ ଯୋଗୁ ଧନଜୀବନ ହାନୀ ହୋଇଥିବାର କୌଣସି ସୂଚନା ମିଳିପାରିନି। ଭୋର ସମୟରେ ପ୍ରାୟ ୨ ସେକେଣ୍ଡ ଧରି ଭୂକମ୍ପ ଅନୁଭବ ହୋଇଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ଏଯାବତ ମିଳିନାହିଁ। ଭୂ-ପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ଭୂମିକମ୍ପ ଅନୁଭବ ହୋଇଥିବା ବେଳେ ଭୋର ସମୟ ହୋଇଥିବାରୁ ଅଧିକାଂଶ ଲୋକେ ଜାଣି ପାରି ନଥିଲେ। ତଥାପି କିଛି ଲୋକ ମୃଦୁ ଭୂକମ୍ପ ଅନୁଭବ କରିପାରି ଭୟଭୀତ ହୋଇପଡିଛନ୍ତି ।