କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ : ୨ଟି ଡ଼ାଇଗ୍ନୋଷ୍ଟିକ୍ ସେଣ୍ଟର ସିଲ୍

କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ସିଏମ୍ସି ଏନ୍ଫୋର୍ସମେଣ୍ଟ୍ ଟିମ୍ ପକ୍ଷରୁ ରାଣୀହାଟ ୨ଟି ଡ଼ାଇଗ୍ନୋଷ୍ଟିକ୍ ସେଣ୍ଟର ସିଲ୍ କରାଯାଛି। କଟକ ରାଣୀହାଟରେ ଥିବା ଓଁ ମା’ ଡାଇଗ୍ନୋଷ୍ଟିକ୍ ଓ ଗୀତା ଡାଇଗ୍ନୋଷ୍ଟିକ୍ କୁ ସିଲ୍ କରିଛି ଏନଫୋର୍ସମେଣ୍ଟ ଟିମ୍ । ସୂଚନା ମୁତାବିକ, କୋଭିଡ୍ର ଦ୍ୱିତୀୟ ଲହରି ଏବେ କାୟା ବିସ୍ତାର କରିବାରେ ଲାଗିଛି । କୋଭିଡ୍ ସଂକ୍ରମଣର ତୀବ୍ରତାକୁ ରୋକିବା ଲାଗି କଠୋର ପଦକ୍ଷେପ ନେଉଛି କମିଶନରେଟ୍ ପୋଲିସ । ବିଭିନ୍ନ ସ୍ଥାନରେ ଅମାନିଆମାନଙ୍କ ଉପରେ ମୋଟା ଅଙ୍କର ଜରିମନା କସୁଛି । ବିଭିନ୍ନ ସ୍ଥାନରେ ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇ ଜରିମନା ଆଦାୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ସିଏମ୍ସିର ଏନଫୋର୍ସମେଣ୍ଟ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଚଢାଉ ବେଳେ ଏଦି ଦୁଇଟି ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ ଭିଡ଼ ସାଙ୍ଗକୁ କୋଭିଡ୍ ଗାଇଡ୍ଲାଇନ୍ ପାଳନ ହେଉନଥିବା ଦେଖିବାକୁ ମିଳିଥିଲା । ଫଳରେ ଏହି ଦୁଇଟି ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ସିଲ୍ କରିଦିଆଯାଇଛି । ଉଲ୍ଲେଖ ଯେ, ଗତ ୨୪ ଘଣ୍ଟା ମଧ୍ୟରେ କଟକ ଜିଲ୍ଲାରୁ ୨୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୫୮ ହଜାର ୩୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୯୨୫୯ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୪୧ ହଜାର ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।