ଜନଶତାଦ୍ଦୀ ବଗିରେ ଧୁଆଁ, ସିଗାରେଟ୍ରୁ ନିଆଁ ଲାଗିଥିବା ସୂଚନା

ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନରେ ନିଆଁ ଲାଗିଥିବା ଖବର ମିଳିଛି । ଫଳରେ ସୋର ଷ୍ଟେସନରେ ୧୫ମିନିଟ୍ ଟ୍ରେନ୍ ଅଟକିଥିଲା । ଭୁବନେଶ୍ବରରୁ ହାଓଡ଼ା ଯାଉଥିବାବେଳେ ମାର୍କୋଣା ନିକଟରେ ଟ୍ରେନର ଡି-୬ କୋଚରେ ନିଆଁ ଲାଗିଯାଇଥିଲା । ଟ୍ରେନ ଟଏଲେଟ୍ ଡଷ୍ଟବିନ ମଧ୍ୟରେ କେହି ସିଗାରେଟ୍ ପକାଇଦେଇଥିବାରୁ ନିଆଁ ଲାଗିଥିବା ସୂଚନା ମିଳିଛି । ଟ୍ରେନର ବେଗ ଅଧିକ ଥିବାରୁ ସମ୍ପୁର୍ଣ୍ଣ ବଗିରେ ଧୁଆଁ ଖେଳିଯାଇଥିଲା । ବଗିରେ ଧୂଆଁ ଦେଖି ଭୟଭୀତ ହୋଇଯାଇଥିଲେ ଯାତ୍ରୀ । ଯାତ୍ରୀମାନେ ରେଳ ବିଭାଗକୁ ଜଣାଇଲା ପରେ ସୋର ଷ୍ଟେସନ ନିକଟରେ ଟ୍ରେନ ଅଟକାଇ ନିଆଁକୁ ଆୟତ୍ତ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଯାଞ୍ଚପରେ ୨୦ମିନିଟ୍ ବିଳମ୍ବରେ ଟ୍ରେନ ଛାଡିଥିଲା ।