ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ

ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନା ସଂକ୍ରମଣରେ ପରଲୋକ ହୋଇଥିବା ସୂଚନା ମିଳିଛି । ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ୧୦ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ସେ ୭ ତାରିଖରେ ଅସୁସ୍ଥ ହୋଇଥିଲେ ଏବଂ ନିଜର କରୋନା ଚିକିତ୍ସା କରାଇଥିଲେ । ଏହାପରେ ୧୦ ତାରିଖରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ତାଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନ ଅନିଶ୍ଚିତତା ଭିତରକୁ ଚାଲିଯାଇଛି ।