ମାସ୍କ ପିନ୍ଧି ନଥିବାରୁ ଫାଇନ ଦେଲେ ଟ୍ରାଫିକ କନଷ୍ଟେବଳ

ମାସ୍କ ପିନ୍ଧି ନଥିବାରୁ ୨୦୦୦ ଟଙ୍କା ଫାଇନ ଦେଲେ ଟ୍ରାଫିକ କନଷ୍ଟେବଳ | ଏନେଇ ପୁରୀ ଏସପି ଏକ ଟୁଇଟ ଜାରି କରି କହିଛନ୍ତି ଟ୍ରାଫିକ ପୋଲିସ ଜଣକ ମାସ୍କ ପିନ୍ଧି ନଥିବାରୁ ତାଙ୍କୁ ୨୦୦୦ ଟଙ୍କା ଫାଇନ କରାଯାଇଛି । ସେ ନିଜ ଟୁଇଟ ମାଧ୍ୟମରେ ଲେଖିଛନ୍ତି “ଟ୍ରାଫିକ କନେଷ୍ଟବଳ ଜଣକ ମସ୍କ ପିନ୍ଧି ନଥିବା ଆମ ନଜରକୁ ଅଣାଯିବା ପରେ ଆମେ ନିଜେ ନିଜ ଟ୍ରାଫିକ ପୋଲିସଙ୍କୁ ୨୦୦୦ ଟଙ୍କା ଜରିମାନା କରିଛୁ, ଏବଂ ସେ ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ଅର୍ଥ ପ୍ରଦାନ କରିଛନ୍ତି । ତେଣୁ ସର୍ବଦା ମାସ୍କ ପିନ୍ଧନ୍ତୁ ନହେଲେ ଜରିମାନା ଦିଅନ୍ତୁ, ଏହାର କୌଣସି ବିକଳ୍ପ ନାହିଁ ।”
ଏହିଠାରେ ସୂଚନା ଯେ ଟ୍ରାଫିକ କନଷ୍ଟେବଳ ଜଣକ କାର୍ଯ୍ୟରତ ସମୟରେ ମାସ୍କ ମୁହଁରୁ ଖସାଇ ବେକରେ ପିନ୍ଧିଥିଲେ । ଏଭଳି ଅବସ୍ଥାରେ ଡାକ୍ତରଖାନା ଛକ ଟ୍ରାଫିକ ପୋଷ୍ଟରେ ଛିଡା ହୋଇ ଅନ୍ୟ ଜଣେ ମହିଳା ପୁଲିସ କର୍ମଚାରୀଙ୍କ ସହ କଥା ହେଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏସପି ନେଇଛନ୍ତି ପଦକ୍ଷେପ । ଟ୍ରାଫିକ ଇନ୍ସିପେକ୍ଟର ସୁଧୀର ସାହୁ ଡାକ୍ତରଖାନା ଛକ ଟ୍ରାଫିକ ଆଉଟ ପୋଷ୍ଟରେ ତାଙ୍କଠାରୁ ଏହି ଜରିମାନା ଆଦାୟ କରିଛନ୍ତି । ଜରିମାନା ଆଦାୟ କରିବାର ଫଟୋକୁ ମୁଖ୍ୟମନ୍ତ୍ରୀ, ପୁଲିସ ଡିଜିଙ୍କ ସହ ବିଭିନ୍ନ ବିଭାଗକୁ ଏସପି ଟୁଇଟ କରି ଜଣାଇଛନ୍ତି ।