ଭୀମସାରରେ ତିଆରି ହେବ ଦ୍ୱିତୀୟ କୋଭିଡ଼୍ ହସ୍ପିଟାଲ

ସମ୍ବଲପୁର: ଭୀମସାରରେ ତିଆରି ହେବ ଦ୍ୱିତୀୟ କୋଭିଡ଼୍ ହସ୍ପିଟାଲ । ସମ୍ବଲପୁର ସ୍ଥିତ ଭୀମସାର ହସ୍ପିଟାଲରେ କରୋନା ସ୍ଥିତି ସମୀକ୍ଷା ପରେ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମ୍ବଲପୁର ଏବଂ ରାଉରକେଲା ଗସ୍ତ କରି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ।
ଆଜି ସକାଳୁ ସ୍ବତନ୍ତ୍ର ହେଲିକପଟର ଯୋଗେ ଜମାଦାରପାଲିରେ ଅବତରଣ କରି ବୁର୍ଲାରେ ପହଞ୍ଚିଥିଲେ । ଭୀମସାର ଆସି ପ୍ରଥମେ କୋଭିଡ ହସ୍ପିଟାଲ ଗସ୍ତ କରିବା ପରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ଏହି ସମୀକ୍ଷା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ୨ଟି ହସପିଟାଲରେ ମୋଟ୍ ୫୨୫ ଶଯ୍ୟା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ବୁର୍ଲାରେ ଆଉ ଏକ କୋଭିଡ ହସପିଟାଲ ଖୋଲିବ । ବର୍ତମାନ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ କାର୍ଯ୍ୟ କରୁଛି । ଏଥିରେ ୧୦୫ଟି ବେଡ଼ ବୃଦ୍ଧି ହୋଇ ୨୨୫ରେ ପହଂଚିଛି । ଏଥିରୁ ୫୦ଟି ଆଇସିୟୁ ଓ ୧୭୫ଟି ସାଧାରଣ ବେଡ଼ ରହିବ । ତେବେ ଭୀମସାରର ମେଡିସିନ କୋଠାରେ ୧୦ ଦିନ ମଧ୍ଯରେ ଦ୍ବିତୀୟ କୋଭିଡ ହସ୍ପିଟାଲ ଆରମ୍ଭ ହେବ । ନୂତନ କୋଭିଡ ହସ୍ପିଟାଲରେ ୫୦ଟି ଆଇସିୟୁ ଓ ୨୫୦ ସାଧାରଣ ବ୍ଯାଡ ରହିବ । ତେବେ ଦୁଇଟି କୋଭିଡ ହସ୍ପିଟାଲରେ ସମୁଦାୟ ୫୨୫ ବେଡ଼ କାର୍ଯ୍ଯ କରିବ ।
ସେହିପରି ଝାରସୁଗୁଡା ଓ ବରଗଡ଼ ଜିଲ୍ଲାରେ ମଧ୍ୟ ୨ଟି ହସପିଟାଲ ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାସହ ମୁଖ୍ୟ ଶାସନ ସଚିିବ ସୁରେଶ ମହାପାତ୍ର ଝାରସୁଗୁଡା ଏବଂ ଦେବଗଡ ଜିଲ୍ଲାର କରୋନା ସ୍ଥିତି ମଧ୍ୟ ସମୀକ୍ଷା କରିଛନ୍ତି । ଛତିଶଗଡରେ କରୋନା ସଂକ୍ରମଣ ବଢୁଥିବାରୁ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ଉପରେ ନଜର ରାଖାଯାଇଛି ବୋଲି ସେ କହିଛନ୍ତି । ଏହି ବୈଠକରେ ମୁଖ୍ଯ ଶାସନ ସଚିବ ସୁରେଶ ମହାପାତ୍ର, ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମଇଟି ସିବିକେ ମହାନ୍ତି, ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା, ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମାଲ, ବରଗଡ ଜିଲ୍ଲାପାଳ ଜ୍ଯୋତିରଂଜନ ପ୍ରଧାନ, ଉତ୍ତରାଂଚଳ ଆଇଜି ନରସିଂହ ଭୋଳ, ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର, ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର, ଅଧକ୍ଷା ଡାକ୍ତର ଜୟଶ୍ରୀ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।