ଅଧ୍ୟକ୍ଷ ଓ ମେୟରଙ୍କୁ ସିଧାସଳଖ ନିର୍ବାଚିତ କରିବେ ଜନସାଧାରଣ
ଭୁବନେଶ୍ବର: ଏଣିକି ସିଧାସଳଖ ଭୋଟ ଦେଇ ଅଧ୍ୟକ୍ଷ ଓ ମେୟରଙ୍କୁ ନିର୍ବାଚିତ କରିବେ ଲୋକେ । କାରଣ ପୌରପାଳିକା ନିୟମ ୧୯୯୪ ସଂଶୋଧନ ପାଇଁ ଡ୍ରାଫ୍ଟ ନୋଟିଫିକେସନ ଜାରି ହୋଇଛି ।
ଏହି ଡ୍ରାଫ୍ଟ ନୋଟିଫିକେସନ ଜାରି କରିଛି ନଗର ଉନ୍ନୟନ ବିଭାଗ । ମାସେ ଭିତରେ ନଗର ଉନ୍ନୟନ ସଚିବଙ୍କ ନିକଟରେ ଅଭିଯୋଗ କରିବା ନେଇ ପ୍ରସ୍ତାବ ରହିଛି । ତେବେ ପ୍ରସ୍ତାବିତ ସଂଶୋଧନରେ ଅଧ୍ୟକ୍ଷ ଓ ମେୟରଙ୍କୁ ସିଧାସଳଖ ନିର୍ବାଚିତ କରିବେ ଜନସାଧାରଣ ।ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ଜୁନ୍ କିମ୍ବା ଜୁଲାଇରେ ପୌର ନିର୍ବାଚନ ହୋଇପାରେ । ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ପ୍ରକ୍ରିୟା ଚୂଡାନ୍ତ ହୋଇସାରିଛି। କେବଳ ନିର୍ବାଚନ ଆୟୋଗ ତାଙ୍କର ଦିନ ଧାର୍ୟ୍ୟ କଲେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।ବିରୋଧୀଙ୍କ ଚାପ ପରେ ଏବେ ପୌର ନିର୍ବାଚନ କରାଇବାକୁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର । ନିଜ ପାଖକୁ ବଲ୍ ଆଣି ଖେଳର ଗତି ବଦଳାଇବାକୁ ଚେଷ୍ଟି କରୁଛି ବିଜେଡି । କ୍ରୀଡା ଭିତ୍ତିଭୂମି ବିକାଶ, ଷ୍ଟାଡିୟମ ନିର୍ମାଣ, କେନ୍ଦ୍ରରେ ଓବିସି ସଂଶୋଧନ ବିଧେୟକ ପାରିତ ହେବା ପରେ ନବୀନଙ୍କ ନୂଆ କାର୍ଡରୁ ଏହି ଅନୁମାନ କରାଯାଇପାରେ ।
Powered by Froala Editor