ଦାନା ବାନ୍ଧୁଛି ଲଘୁଚାପ, ହେବ ପ୍ରବଳ ବର୍ଷା
ଭୁବନେଶ୍ୱର: ମୌସୁମି ବର୍ଷା ଜୁଲାଇ ମାସ ପର୍ଯ୍ୟନ୍ତ ସ୍ୱାଭାବିକ ଥିବା ବେଳେ ଅଗଷ୍ଟ ମାସର ଦୁଇ ସପ୍ତାହରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ତେବେ ଓଡିଶା ସମେତ କେତକ ରାଜ୍ୟରେ ମରୁଡି ହେବାର ଆଶଙ୍କା ଦେଖାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଅଗଷ୍ଟ ୧୭ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଦ୍ୱାରା ମୌସୁମି ପୁଣି ସକ୍ରିୟ ହେବ ବୋଲି କୁହାଯାଇଛି । ଏଥିପାଇଁ ସ୍ଥିତିରେ ସୁଧାର ଆସିବ ବୋଲି ଅନୁମାନ କରାଯାଉଛି । ଆଇଏମଡି ରିପୋର୍ଟ ଅନୁସାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅଗଷକ୍ଟ ୧୫ ତାରିଖ ସୁଦ୍ଧା ଏକ ସାଇକ୍ଲୋନିକ ସର୍କୁ୍ୟଲେସନ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ୧୭ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଓଡିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
Powered by Froala Editor