ଶେଷ ହେଲା ପିପିଲି ଉପନିର୍ବାଚନ ପ୍ରସ୍ତୁତି, ମତଦାନର ୭୨ ଘଣ୍ଟା ପୁର୍ବରୁ ହୋଇପାରିବନି କୈଣସି ବାଇକ ରାଲି ।

ପିପିଲି: ପାଖେଇ ଆସୁଛି ପିପିଲି ଉପନିର୍ବାଚନ ତାରିଖ । ଆଉ ମାତ୍ର କେଇଟା ଦିନ ପରେ ପିପିଲି ବାସୀ ନିଜ ନିଜ ମତଦାନ ରଖିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ବର୍ଷ ପିପିଲି ନିର୍ବାଚନ ମଣ୍ଡଳୀରେ ୮,୨୧୨ ଜଣ ୮୦ ବର୍ଷରୁ ଉର୍ଦ୍ଧ ଓ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧,୦୭୭ ଜଣ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି ଓ ସେମାନଙ୍କ ମଧ୍ୟରୁ ଡେଲାଙ୍ଗରେ ୭୧୨ ଓ ପିପିଲିରେ ୩୬୫ ଜଣ ଅଛନ୍ତି । ୮୦ ବର୍ଷ ବୟସରୁ ଅଧିକ ୯୦୯ ଓ ଦିବ୍ୟାଙ୍ଗ ଭୋଟର ୧୬୮ ଜଣ ରହିଛନ୍ତି । ସେପଟେ ସୁରକ୍ଷା ବଳୟ ମଧ୍ୟରେ ସିଲ ବାକ୍ସରେ ପୋଷ୍ଟାଲ ବ୍ୟାଲେଟ ଜିଲ୍ଲା ଟ୍ରେଜେରୀରେ ସଂଚକ୍ଷିତ ରଖାଯାଇଛି । ୧୬ ତାରିଖରେ ଏହା ଷ୍ଟ୍ରଙ୍ଗ ରୁମକୁ ଯିବ । ମତଦାନ ପୂର୍ବରୁ କୈଣସି ବାଇକ୍ ରାଲି ହେଇପାରିବ ନାହିଁ ,ଏଥିପାଇଁ ୩୦ ଜଣ ମାଇକ୍ରୋ ଅବଜର୍ଭରଙ୍କୁ ମଧ୍ୟ ତାଲିମ ଦିଆଯାଇଛି । ଏହା ସହିତ ୧୫ ପୁଲିଙ୍ଗ ପାର୍ଟି କେନ୍ଦ୍ରକୁ ଯିବେ ଏବଂ ସମସ୍ତ ପୁଲିଙ୍ଗ କର୍ମଚାରୀ କୋଭିଡ ନିୟମ ମାନିବାକୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି ।