୩ୟ ଲହର ମୁକାବିଲା ପାଇଁ ବିଜେପି ଏମିତି କରିଛି ପ୍ରସ୍ତୁତି
ଭୁବନେଶ୍ୱର: ସମ୍ପ୍ରତି ମହାମାରୀ କରୋନାର ୩ ୟ ଲହରକୁ ମୁକାବିଲା ପାଇଁ ଆଗକୁଆ ପ୍ରସ୍ତୁତ ଆରମ୍ଭ କରିଛି ବିଜେପି । ପ୍ରତ୍ୟେକ ଗ୍ରାମରେ ୨ ଜଣ ଲେଖାଏଁ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକଙ୍କୁ ନିୟୋଜନ କରି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖିଛି । ଏ ନେଇ ସୋମବାର ରାଜ୍ୟରେ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଚଳିତ ମାସ ସୁଦ୍ଧା ବିଭିନ୍ନ ସ୍ଥାନରେ ୫୧ ହଜାରରୁ ଅଧିକ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକଙ୍କୁ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବୀ ଅଭିଯାନର ସଂଯୋଜକ ଡ.ରାଜୀବ ବିନ୍ଦଲ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ନିଦେ୍ର୍ଧଶକ୍ରମେ ବିଭିନ୍ନ ରାଜ୍ୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଜୁଲାଇ ୨୮ରେ ଏହି ଅଭିଯାନ ଶୁଭାରମ୍ଭ ହୋଇଥିଲା । ଦେଶର ପ୍ରାୟ ୨ ଲକ୍ଷ ଗ୍ରାମରେ ୪ ଲକ୍ଷ ସ୍ୱାସ୍ଥ୍ୟ ସେବକ (ହେଲଥ ଭଲେଣ୍ଟିଅର)ଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏମାନେ ସମସ୍ତେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସମାଜସେବା କରିବା ସହିତ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ ।
Powered by Froala Editor