ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ୩ ଶାବକ ଜନ୍ମ କଲା ବାଘୁଣୀ ମେଘା

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ଆସିଛନ୍ତି ୩ ନୂଆ ଅତିଥି । ବାଘୁଣୀ ମେଘା ଗତକାଲି ରାତିରେ ୩ଟି ଶାବକ ଜନ୍ମ ଦେଇଛି ।ମହାବଳ ବାଘ ନନ୍ଦନ ସହ ମିଳନରେ ଏହି ଶାବକମାନେ ଜନ୍ମ ନେଇଛନ୍ତି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବାଘଛୁଆଙ୍କୁ ବର୍ତ୍ତମାନ ସିସିଟିଭି ମାଧ୍ୟମରେ ଅନୁଧ୍ୟାନ କରାଯାଉଛି । ବାଘୁଣୀ ମେଘା ଓ ଶାବକମାନେ ସୁସ୍ଥ ଥିବା ଜଣାପଡ଼ିଛି । ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୩୦ରେ ପହଁଚିଛି । ବର୍ତ୍ତମାନ ନନ୍ଦନକାନନରେ ୭ଟି ଧଳା ବାଘ, ୪ଟି କଳା ବାଘ ଓ ୧୩ଟି ବଡ ମହାବଳ ଅଛନ୍ତି । ପୂର୍ବରୁ ୨୦୧୬ରେ ମେଘା ସହିତ ନନ୍ଦନର ମିଳନ ହୋଇଥିଲା । ସେତେବେଳେ ଦୁଇଟି ଶାବକ ଜନ୍ମ ହୋଇଥିଲେ ।