ରାଜ୍ୟରେ ୧୦୪୧ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ପୁଣି ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୧ ହଜାର ଟପିଛି । ରାଜ୍ୟରେ ଗତ ୨୪ ଘଂଟାରେ ୧୦୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୦୫ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୪୩୬ ଜଣ ସଂକ୍ରମିତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭ରେ ପହଁଚିଛି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୫୭, ବାଲେଶ୍ୱରରେ ୨୩, ବରଗଡ଼ରେ ୩, ଭଦ୍ରକରେ ୧୫, ବଲାଙ୍ଗୀରରେ ୧, ବୌଦ୍ଧରେ ୧, କଟକରେ ୧୩୨, ଦେବଗଡ଼ରେ ୭, ଢେଙ୍କାନାଳରେ ୧୦, ଗଜପତିରେ ୩, ଗଞ୍ଜାମରେ ୧୧, ଜଗତସିଂହପୁରରେ ୮୧, ଯାଜପୁରରେ ୩୬, କଳାହାଣ୍ଡିରେ ୫, କନ୍ଧମାଳରେ ୫, କେନ୍ଦ୍ରାପଡ଼ାରେ ୨୮, କେନ୍ଦୁଝରରେ ୧୭, ଖୋର୍ଦ୍ଧାରେ ୩୮୩, କୋରାପୁଟରେ ୫, ମାଲକାନାଗିରିରେ ୩, ମୟୂରଭଞ୍ଜରେ ୨୮, ନବରଙ୍ଗପୁରରେ ୨, ନୟାଗଡ଼ରେ ୨୮, ନୂଆପଡ଼ାରେ ୨, ପୁରୀରେ ୩୪, ରାୟଗଡ଼ାରେ ୨୬, ସମ୍ବଲପୁରରେ ୯, ସୁନ୍ଦରଗଡ଼ରେ ୫ ଓ ରାଜ୍ୟ ପୁଲରେ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Powered by Froala Editor